ମିଷ୍ଟଭାଷୀ ଯୁବକଙ୍କ ଅକାଳ ବିୟୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଘନଶ୍ୟାମ ମଲ୍ଲିକଙ୍କ ଏକମାତ୍ର ପୁଅ ଆଶିଷ ମଲ୍ଲିକ ଙ୍କ(କାଳିଆ)ର ଗତ ସୋମବାର ରାତି ପ୍ରାୟ ୯.୩୦ମିନିଟ ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ଵର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ନିଜ ଵାସଭବନ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କାଳିଆ ଜଣେ ଟେଣ୍ଡ ଵ୍ୟଵସାୟୀ ହୋଇଥିବା ବେଳେ ଆଖପାଖ ଅଞ୍ଚଳରେ ନିଜର ଅମାୟିକ ବ୍ୟବହାର ପାଇଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ମୃତ୍ୟୁ ଖବର ପାଇ ଆତ୍ମୀୟସ୍ୱଜନ ଓ ସାଙ୍ଗସାଥି ରହଣିଆ ଠାରେ ପହଞ୍ଚି ପ୍ରାର୍ଥିବ ଶରୀର ଶେଷ ଦର୍ଶନ କରିଥିଲେ । ଗାଁ ମସାଣିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । କାଳିଆଙ୍କ ଅକାଳ ବିୟୋଗ ଯୋଗୁଁ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


