ମିସାଇଲ ପରୀକ୍ଷା କରିବାକୁ ଗୋପନରେ ପ୍ରସ୍ତୁତ ଚଳାଇଛି ପାକିସ୍ତାନ
କରାଚୀ : ଭାରତ ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଚିନ୍ତାରେ ପଡିଯାଇଛି । ଭାରତ ଉପରେ ବିଭିନ୍ନ କୁଟନୈତିକ ଚାପ , ପାକିସ୍ତାନର ସାଥି କୁହାଯାଉଥିବା ଚୀନ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ମୁଣ୍ଡ ପୁରାଇବ ନାହିଁ ବୋଲି ରୋକ ଠୋକ ମନା କରିଦେବା ପରେ ପାକିସ୍ତାନ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଆଦି ପ୍ରୟାସ କରୁଥିବା ସମୟରେ ଭାରତୀୟ ଯବାନ ମାନଙ୍କ ଉଚିତ ପଦକ୍ଷେପ ଯୋଗୁଁ ଆତଙ୍କବାଦୀଙ୍କ ପ୍ରବେଶ ପଣ୍ଡ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ବାରମ୍ବାର କଟୁ ମନ୍ତବ୍ୟ ଦେଉଛନ୍ତି । କିନ୍ତୁ ଭାରତ ତରଫରୁ ମଧ୍ୟ ଉଚିତ ଯବାବ ଦିଆଯାଉଛି । ସମସ୍ତ ଯୋଜନା ବିଫଳ ହେବା ପରେ ପାକିସ୍ତାନ ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତ ହେଉଥିବା ଗୁଇନ୍ଦା ବିଭାଗ ରିପୋର୍ଟ ମିଳିଛି ।ମିଳିଥିବା ଖବର ଅନୁଯାୟୀ ପାକିସ୍ତାନ କରାଚି ନିକଟସ୍ତ ସୋନମିଆନ ପରୀକ୍ଷା ଘାଟିରୁ ଏକ ନାଭାଲ ମିସାଇଲ ପରୀକ୍ଷା କରିପାରେ । ଏନେଇ ଗୁଇନ୍ଦା ସୂଚନା ଦେଇଛି । ଏହା ସହ ପାକିସ୍ତାନ ଆକାଶ ମାର୍ଗ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ପାକିସ୍ତାନ ବୋର୍ଡର ଗୁଡିକରେ ବ୍ୟାପକ ସେନା ସହ ଓଜନିଆ ଯୁଦ୍ଧାସ୍ତ୍ର ରଖିଥିବା ଜଣାପଡିଛି ।


