ମିସେସ୍ ଇଣ୍ଡିଆ ୨୦୧୯ ପାଇଁ ଭୁବନେଶ୍ୱର ଅଡିସନ ଜୁଲାଇ ୨୧ ରେ
(ଯୁଗାଦ୍ଧ ନ୍ୟୁଜ୍), ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା ପାଇଁ ଭୁବନେଶ୍ୱରରେ ଚୟନ ପ୍ରକ୍ରିୟା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଂଟରନେସନାଲ ଠାରେ ଆସନ୍ତା ଜୁଲାଇ ୨୧ ତାରିଖ ଦିନ ୧୨.୩୦ରୁ ଅପରାହ୍ନ ୪ ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତା ଏ ଆର ଏଂଟରଟେନମେଂଟ ଗ୍ରୁପ ଦ୍ୱାରା ପରିଚାଳିତ ହେବ । ଏହି ପ୍ରତିଯୋଗୀତା ରେ ଭାଗନେବା ପାଇଁ ଯେ କୌଣସି ବିବାହିତା ମହିଳା (http://armrsindia.com/registration/) ରେ ରେଜିଷ୍ଟ୍ରେସନ କରିପାରିବେ । ଏହି ପ୍ରତିଯୋଗୀତା ଲକ୍ଷେ୍ନା, ପୁନେ, ଦିଲ୍ଲୀ, କୋଲକାତା, ଗୌହାଟି, ଜୟପୁର, ଚଣ୍ଡିଗଡ, ଗୁରୁଗ୍ରାମ, ଡେରାଡୁନ, ଉଦୟପୁର, ମୁମ୍ବାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପାଟନା ଓ ରାଂଚି ରେ ଅନୁଷ୍ଠିତ ହୋଇ ସାରିଛି । ଏହି ଅଡିସନ ପ୍ରକ୍ରିୟାରେ ଜାତୀୟ ପୁରସ୍କାର ପ୍ରାପ୍ତ ବଲିଉଡ ଟେଲିଭିଜନ ଅଭିନେତ୍ରୀ ପ୍ରକୃତି ମିଶ୍ର, ଟେଲିଭିଜନ କଳାକାର ରେହାନ ରାୟ, ସିନ୍ ଦାସ, ସିୱାନି ଚକ୍ରବର୍ତୀ ଏବଂ ଆଲୋକ ନରୁଲା ଆଦି ଚୟନ କର୍ତା ଭାବେ ଯୋଗ ଦେବେ । ଏହି ଚୟନ ପ୍ରକ୍ରିୟାର ପ୍ରଥମ ରାଉଣ୍ଡରେ ପ୍ରତିଯୋଗୀ ମାନେ ରାମ୍ପ ସହ ନିଜ ପରିଚୟ ପ୍ରଦାନ କରିବେ । ଦ୍ୱିତୀୟ ରାଉଣ୍ଡରେ ପ୍ରତିଯୋଗୀ ମାନେ ନିଜର ସଙ୍ଗୀତ, ନୃତ୍ୟ ଓ ଅଭିନୟ ଆଦି କଳା ପ୍ରଦର୍ଶନ କରିବେ । ଶେଷରେ ତୃତିୟ ରାଉଣ୍ଡରେ ପ୍ରତିଯୋଗୀ ମାନେ ଚୟନ କର୍ତା ମାନଙ୍କ ପ୍ରଶ୍ନର ଉତର ଦେବେ । ଏହି ପ୍ରତିଯୋଗୀତା ର ଆୟୋଜକ ଆଶିଶ ରାୟ କହିଛନ୍ତି, ସୁନ୍ଦରୀ ଓ ଆଶାବାଦୀ ମହିଳା ମାନଙ୍କୁ ଏକ ଭବିଷ୍ୟତ ପାଇଁ ପ୍ଲାଟଫର୍ମ ଯୋଗାଇ ଦେବ ।


