ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଗଜପତି ଓଡ଼ିଆ ଝିଅର କମାଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗ୍ଳାମର ଦୁନିଆରେ ଓଡ଼ିଆ ଝିଅର କମାଲ ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆନଡିଆତୋଟା ସାହିର ପାୟଲ ପାତ୍ର। STAR ENTERTAINMENT ଜାତୀୟ ସ୍ତରରେ ଗତ ତିଷେମ୍ବର ଠାରୁ ଆରମ୍ଭ ହୋଇଛି ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତା ଏଥିରେ ଅନଲାଇନ ଅଡିସନ ରେ ଭାଗନେଇ ସମସ୍ତ ବିଚାରକ ମଣ୍ଡଳୀଙ୍କୁ ମନ ଜିଣିଲେ ପାୟଲ। ୩ଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇ ଫାଇନାଲରେ ପହଞ୍ଚି ପାରିଛନ୍ତି ପାୟଲ ଏବେ ସେ ଜାତୀୟ ସ୍ତରର ରେପ୍ ରେ ଦେଖାଇବେ ଏହି ଟେଲେଣ୍ଡ ଜୁଲାଇ ୧୧ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ଠାରେ ଆୟୋଜିତ ହେବ ମିସ୍ ଇଣ୍ଡିଆ କନିଷ୍ଠର ଗ୍ରେଟ୍ ଫାଇନାଲ ସେଠାରେ ନିପୂଣ ସହ ଦକ୍ଷତା ପ୍ରଦର୍ଶନ କରି ପୁରସ୍କାର ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପାୟଲ। ସେ ଛୋଟ ବେଳୁ ନାଚ, ଗୀତ, ଚିତ୍ରକଳା ଓ ଅଭିନୟ ସହ ଶିକ୍ଷା ପ୍ରତି ରହିଛି ତାଙ୍କର ବହୁତ ଆଗ୍ରହ ବର୍ତମାନ ସେ +୨ କଳାବିଜ୍ଞାନରେ ପଡୁଛନ୍ତି। ବିଭିନ୍ନ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ମେଡେଲ ସହ ମାନପତ୍ର ହାସଲ କରିଛନ୍ତି। ଉପଯୁକ୍ତ ସମୟରେ ଗ୍ଳାମର ଦୁନିଆରେ ପାଦଥାମି ଶୀର୍ଷ ସ୍ଥାନରେ ପହଞ୍ଚି ପାଇଁ ନିଜ ଉପରେ ବିଶ୍ବାସ ରଖିଛନ୍ତି। ଆଗକୁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ପାୟଲ ପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ