ମିସ୍ ୟୁନିଭର୍ସ ର ତାଜ୍ ପିନ୍ଧିଲେ ଜୋଜିବିନି ତୁଞ୍ଜି

ନୂଆଦିଲ୍ଲୀ- ଚଳିତ ବର୍ଷ ୨୦୧୯ ମିସ୍ ୟୁନିଭର୍ସ ର ତାଜ୍ ପିନ୍ଧିଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁଞ୍ଜି । ତାଙ୍କୁ ୨୦୧୮ ର ବିଜେତା ମିସ୍ ୟୁନିଭର୍ସ କାଟ୍ରିଓନା ଗ୍ରେ ଏହି ବିଜୟ ମୁକୁଟ ପିନ୍ଧାଇଥିଲେ । ଉକ୍ତ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ତ୍ୱ କରିଥିବା ବର୍ତ୍ତିକା ସିଂହ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟ ରେ ସ୍ଥାନ ପାଇପାରିନଥିଲେ । ମିସ୍ ୟୁନଭର୍ସ ହୋଇଥିବା ଜୋଜିବିନି ତୁଞ୍ଜି  ଦକ୍ଷିଣ ଆଫ୍ରିକାରେ ଲିଙ୍ଗଭିତିକ ସମାନତା ଦିଗରେ ବହୁତ ଗୁଡିଏ କାମ କରି ପ୍ରଶଂସିତ ହୋଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶର ରାଜଧାନୀ ଆଟଲଣ୍ଟା ଠାରେ ରବିବାର ରାତିରେ ୨୦୧୯ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ୯୦ ଜଣ ଯୁବତୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ