‘ମିସ୍ ୟୁ ଅଲ୍’ ଲେଖି ଆତ୍ମହତ୍ୟା କଲେ ଯୁବକ
ବ୍ରହ୍ମପୁର (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସହର ନୂଆ ବସଷ୍ଟାଣ୍ଡ ନିକଟ ମାନସନ ଆପାର୍ଟମେଣ୍ଟରେ ଗତ କାଲି ରାତିରେ ଜଣେ ଇଞ୍ଜିନିଅର ଛାତ୍ର ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ହେଉଛନ୍ତି ଶାଶ୍ୱତ ପଟ୍ଟନାୟକଙ୍କ ଏକ ମାତ୍ର ପୁଅ ହାର୍ଦିକ ପଟ୍ଟନାୟକ ତାଙ୍କୁ ୨୨ବର୍ଷ ହେଇଥିଲା ଏବଂ ରୁମ ନମ୍ବର ୨୦୮ ରେ ରହୁଥିଲେ । କିଛିଦିନ ତଳେ ହାର୍ଦିକ ବାଙ୍ଗାଲୋରରୁ ତାଙ୍କ ଘରକୁ ଆସିଥିଲେ | ତେଣୁ ସେଠାରୁ ଆସିବାପରେ ସେ ହୋମ କ୍ୱାରେଣ୍ଟନରେ ରହୁଥିଲେ | ତେବେ ଦୁଇ ଦିନ ହେଲା ସେ ଡିପ୍ରେସନରେ ଥିଲେ ।ଗତକାଲି ରାତିରେ ସେ ଫେସବୁକରେ ‘ମିସ୍ ୟୁ ଅଲ୍’ ଲେଖି ଆତ୍ମହତ୍ୟା କରିଛନ୍ତି । ଏପରିକି ସେ ଜଣେ ଭଲ ଛାତ୍ର ନୁହନ୍ତି, ଭଲ ଲୋକ ନୁହନ୍ତି ଏବଂ ଭଲ ପୁଅ ନୁହନ୍ତି ବୋଲି ଫେସ୍ବୁକ୍ରେ ଲେଖିଛନ୍ତି । ଅନ୍ୟ ପକ୍ଷରେ ହାର୍ଦିକ ଭଲ ଅଭିନୟ କରୁଥିଲେ । କୌଣସି ଫିଲ୍ମ ଦେଖି ଆସିବା ପରେ ସେ ସେହି ମୁଭିର ଆକ୍ସନ ମଧ୍ୟ କରୁଥିଲେ | ସେ ତାଙ୍କ ସାଙ୍ଗ ମାନଙ୍କ ସହ ବହୁତ ମଜା କରୁଥିଲେ । ଘରେ ମା ଓ ବାପା ରହୁଥିବାବେଳେ ସେ ନିଜ ରୁମ ରେ ଆତ୍ମହତ୍ୟା କରିଛନ୍ତି | ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି | ମୁଖ୍ୟ କଥା ହେଲା ହାର୍ଦିକ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବଡ ଫେନ ଅଟନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଜାଣିବା ପରେ ସେ ଆହୁରି ଅଧିକ ଡିପ୍ରେସନ ହୋଇପଡିଥିଲେ । କେଉଁ କାରଣରୁ ହାର୍ଦିକ ଏତେ ବଡ ପଦକ୍ଷେପ ନେଲେ ତାହା ଜଣାପଡ଼ିନି । ସେ ନିଷ୍ଟର ଜଣେ ଛାତ୍ର ଥିଲେ । ବେଙ୍ଗଲୋରରେ ସେ କିଛିଦିନ ତଳେ ଚାକିରୀ ପାଇଥିଲେ ।