ମିିସିଂ ଫାଉଣ୍ଡେସନ୍ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଦେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ରାଜଧାନୀର ଜନଗହଳିପୂର୍ଣ୍ଣ ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ ୬୦ ବର୍ଷ ବୟସ୍କ ଅଜଣା ଅଣଓଡ଼ିଆ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଉଠିବା ପାଇଁ ତାଙ୍କର ଯୁ ନଥିଲା । ପୋକ ସାଲୁବାଲୁ ହେଉଥିଲେ ଦେହସାରା । ତାଙ୍କର ଗୋଟିଏ କାନକୁ ପୋକମାନେ ସମ୍ପୂର୍ଣ୍ଣ ଖାଇ ଦେଇଥିଲେ । ଦୁର୍ଗନ୍ଧରେ ଆଖପାଖ ଅଞ୍ଚଳ ଫାଟି ପଡ଼ୁଥିଲା । ଏଭଳି ସ୍ଥିତିରେ ମିିସିଂ ଫାଉଣ୍ଡେସନର କର୍ମକର୍ତ୍ତା ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ଗୋପୀମୋହନ ପଟ୍ଟନାୟକ, ରାଜେଶ ପୃଷ୍ଟି, ଉମାକାନ୍ତ ପ୍ରିୟଦର୍ଶୀ, ପ୍ରମୋଦ ତରାଇ ପ୍ରମୁଖ ପହଞ୍ôଚ ଗୁରୁତର ଅସୁସ୍ଥ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ସହ କ୍ୟାପିଟାଲ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରୁ ଗଙ୍ଗପଡ଼ାସ୍ଥିତ ‘ମିଶନ ଆଶାଲୋକ’ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଅବହେଳିତ ଓ ଉପେକ୍ଷିତ ଅବସ୍ଥାରେ ରୋଗ ଓ ବାର୍ଦ୍ଧକ୍ୟ ସହ ସଂଘର୍ଷ କରୁଥିବା ଏଭଳି ଅନେକ ଅଜଣା ମୁମୁର୍ଷୁମାନଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେବାରେ ମିିସିଂ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଶଂସା କରିବା ସହିତ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଫରେଷ୍ଟପାର୍କସ୍ଥିତ ବାସଭବନକୁ ନିମନ୍ତ୍ରିତ କରି ପୁଷ୍ପଗୁଚ୍ଛ ଦେଇ ସାଧୁବାଦ ଜଣାଇଥିଲେ । ମନ୍ତ୍ରୀଙ୍କ ସହ ରାଜଧାନୀର ବିଭିନ୍ନ ୱାର୍ଡ଼ର କର୍ପୋରେଟର ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ଉପେକ୍ଷିତ ବର୍ଗଙ୍କୁ ବିଗତ ଏକ ଦଶନ୍ଧି ଧରି ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ଉଦ୍ୟମରେ ମିସିଂ ଫାଉଣ୍ଡେସନ ନିରବଚ୍ଛିନ୍ନ ଭାବେ ଏଭଳି ସେବା ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ