ମୀରା ଆଶ୍ରମରୁ ଚୋରୀ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଆଳସିଂ ସ୍ଥିତ ଶ୍ରୀ ମୀରା ଆଶ୍ରମରୁ ସୋମବାର ରାତିରେ ଚୋରୀ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାତି ପ୍ରାୟ ୧୨ଟା ସମୟରେ ୫ଜଣ ଦୁର୍ବୁତ୍ତ ଆଶ୍ରମ ପରିସରରେ ପଶି ଆଶ୍ରମର ରାତ୍ର ଜଗୁଆଳି ଅର୍ଜୁନି କୁମାର ଦାସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ କାବୁ କରି ନେବା ପରେ ଆଶ୍ରମ କାର୍ଯ୍ୟାଳୟରେ ଥିବା ଦୁଇଟି ଆଲମିରା ଭାଙ୍ଗି ସେଥିରେ ଥିବା ପ୍ରାୟ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାବ୍ୟତିତ କାର୍ଯ୍ୟାଳୟରେ ଥିବା ଏକ ହୁଣ୍ଡି ନେଇ ଆଶ୍ରମ ପଛପଟରେ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି । ନିକଟରେ ସ୍ଥାନୀୟ ଲ’କଲେଜ କଲୋନୀରୁ ମଧ୍ୟ ଏହିପରି ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ରାତ୍ର କାଳୀନ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯିବାକୁ ଆଶ୍ରମ କତ୍ତୃପକ୍ଷ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ