ମୁଁ ଜିତିଲେ ବ୍ରହ୍ମପୁରର ବର୍ଦ୍ଧିତ ଘର ଟିକସ ପ୍ରତ୍ୟାହାର କରିବି :କେ.ଅନିଲ କୁମାର
ବ୍ରହ୍ମପୁର,(ଅନିଲ କୁମାର): ରବିବାର ବ୍ରହ୍ମପୁରର ବିଜେପି ପ୍ରାର୍ଥୀ କେ. ଅନିଲ କୁମାର ସମର୍ଥକଙ୍କୁ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳ,ବଡ଼ ବଜାର,ସାନ ବଜାର ଅଞ୍ଚଳର ବିଭିନ୍ନ ସାହିକୁ ସାହି ବୁଲି ଭୋଟ ଭିକ୍ଷା କରିଛନ୍ତି। ବ୍ରହ୍ମପୁରରେ ସେ ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେଡି ସରକାର ଦ୍ବାରା ବ୍ରହ୍ମପୁର ସହରର ଯେଉଁଭଳି ଭାବେ ଘର ପାନୁ ବର୍ଦ୍ଧିତ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯିବ । ଏହା ସହିତ ସହରର ଅଟକି ଯାଇଥିବା ବିକାଶମୂଳ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଠିକାଦାରୀରାଜର ପରି ସମାପ୍ତି କରାଯାଇ ସହରରେ ଠିକାଦାରି ବ୍ୟବସ୍ଥା ରେ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଏହା ସହ ବ୍ୟବସାୟୀ ବନ୍ଧୁ ମାନେ ନିର୍ଭୟ ରେ ବେପାର କରିବା ସହ ବ୍ରହ୍ମପୁର ସହରରେ ମାଫିଆରାଜର ପରିସମାପ୍ତି ଘଟାଇବି ବୋଲି ସହରର ବିଭିନ୍ନ ପ୍ରଥପ୍ରାନ୍ତ ସଭା ମାନକୁ ସମ୍ବର୍ଦ୍ଧନା କରି କହିଛନ୍ତି। କାର୍ଯ୍ୟକ୍ରମରେ ଶିଶିର ପାଢ଼ୀ, ଅହିଂସା ସାହୁ,କାମନା ପାଢ଼ୀ, ଟି.ଗୋପୀ, ଧନୁ ପାଣିଗ୍ରାହି , ଜଗଦିଶ ରାଓ,ବଦ୍ରି ନାୟକ,ଅଶୋକ ଶୁକ୍ଳ, ଶରତ ପଟ୍ଟନାୟକ, ପ୍ରଭାତ ଷଡ଼ଙ୍ଗୀ,ଆନନ୍ଦ ମହାଙ୍କୁଡ, ଏଲ୍.ଗୋପୀ ,ସୁନିଲ ପଣ୍ଡା,ଶିବଶଙ୍କର , ସୁଶାନ୍ତ ସାମଲ ପ୍ରମୁଖ ଯୋଦେଇଥିଲେ ।