ମୁଁ ବି ମିତା’ ଅଭିଯାନର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ମୁଁ ବି ମିତା’ ଅଭିଯାନ ଗଞ୍ଜାମ ଜିଲ୍ଲାର ଆରମ୍ଭ ହୋଇଛି। ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ସମ୍ଭାବିତ ଭୋଟର ଓ ସ୍ଥାନାନ୍ତରିତ ଭୋଟର ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଏହି ଅଭିଯାନର ସଫଳ ରୁପାୟନ ପାଇଁ ବୁଥ ସ୍ତରୀୟ ଅଧିକାରୀ ଗାଁ କୁ ଗାଁ ଓ ଘର କୁ ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି।ଏହି ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଭିଯାନରେ ସାମିଲ ପୁର୍ବକ ସଚେତନତା ସୃଷ୍ଟି କରିବେ। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ କଲେଜ୍ ରେ କିମ୍ବା ସ୍ଥାନୀୟ ଅଞ୍ଚଳରେ କିପରି ସଚେତନତା ସୃଷ୍ଟି କରିବେ ସେନେଇ ବୁଝାଇଥିଲେ।ଯେପରି ଅଧିକରୁ ଅଧିକ ସଂଖ୍ୟକ ନୁଆ ଭୋଟର ନାମ ପଞ୍ଜିକୃତ କରି ପାରିବ ସେନେଇ ଗୁରୁତ୍ୱ ଦିଆଯାଇଥିଲା।ଏହସହ ମୋବାଇଲ ରେ ଥିବା ଭୋଟର ହେଲ୍ପ ଲାଇନ୍ ଆପ୍ ମାଧ୍ୟମରେ କିପରି ନାମ ପଞ୍ଜିକରଣ କରାଯିବା ସହ ସଂଶୋଧନ ଓ ସ୍ଥାନାନ୍ତରିତ କରାଯିବ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦିଆଯାଇଥିଲା।। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଆସିଷ୍ଟାଣ୍ଡ କଲେକ୍ଟର (ନିର୍ବାଚନ )ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ