ମୁଁ ଭଲ ତ ଦୁନିଆ ଭଲ
ସୁଖ ଓ ଦୁଃଖ ଉଭୟ ପରିସ୍ଥିତି କୁ ସାମନା କରି ମନୁଷ୍ୟ ତା’ର ଦୈନଦିନ ଜୀବନ ଯାପନ କରେ, କହି ହେବନି କେତେବେଳେ ଦୁଃଖ ଆସିବ ତ କେତେବେଳେ ସୁଖ ଆସିବ, ମୁଁ ସର୍ବଦା ଚେଷ୍ଟା କରେ ନିଜେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିକ୍ ଭାବରେ ଚଳିବା ପାଇଁ, ମୋର ଗୋଟିଏ ପୁଅ କଲେଜ ରେ ପଢୁଛି ଓ ଝିଅ ଟି ଏବର୍ଷ ମାଟ୍ରିକ ପରୀକ୍ଷା ଦେଇଛି । ମୁଁ ଦୁହିଁଙ୍କୁ ଶିଷ୍ଟାଚାର, ମାନବିକତା, ବଡଙ୍କୁ ସନ୍ମାନ କରିବା, ସାନମାନଙ୍କୁ ଆଦର କରିବା ସହିତ ପାଠପଢିବା ପାଇଁ ସର୍ବଦା ଉପଦେଶ ଦେଇ ଆସିଛି ମୋର ପିଲା
ଦୁଇଟି ଆମ କଥା ମାନନ୍ତି ଓ ଆଜ୍ଞା ପାଳନ କରନ୍ତି, ମୋର ବାପାମାଆ ଙ୍କୁ ଆଦର କରେ ମୋ ସ୍ତ୍ରୀ ସେମାନଙ୍କ ର ଯତ୍ନ ଶ
ନିଏ ଓ ସେବା କରେ, ମୋର ପିଲାଏ ଆମଠୁ ଶିଖିଛନ୍ତି ସେମାନେ ଜେଜେ ବାପା ଜେଜେମାଆ ଙ୍କ ସେବା କରନ୍ତି ମୋର ଏକ ଆଦର୍ଶ ପରିବାର ଓ ସୁଖ ଶାନ୍ତି ର ସଂସାର, ମୋ ଘରକୁ ଦୁଃଖ ଆସେ ତାହାହ
ହେଉଛି ରୋଗ, ଆମ କାହାକୁ ଜୂର କାଶ ଥଣ୍ଡା ପେଟମରା ମୁଣ୍ଡ ବିନ୍ଧା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଚିକିତ୍ସା କରିନେଉ, ମୋର ସହଧର୍ମୀଣୀ ପଡୋଶୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖି ଆସିଛି, ଗାଁ ରେ ମୁଁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗନେଇ ଲୋକମାନଙ୍କ ସହିତ ଭଲ ସମ୍ପର୍କ ରଖିଛି , ମୋର ପିଲାଏ କୌଣସି ମନ୍ଦ କାମରେ ଯାଆନ୍ତି ନାହିଁ , ଲୋକଙ୍କ ଭଲ ମନ୍ଦ ରେ ଆମ ପରିବାର ଛିଡା ହୁଅନ୍ତି ଓ ଆମ ଭଲ ମନ୍ଦ ରେ ସେମାନେ ଛିଡା ହୁଅନ୍ତି, ଆମ ଗାଁ ରେ ମୋ ପରିବାର ପରି ଅନେକ ଆଦର୍ଶ ପରିବାର ଗଢି ଉଠିବା ଫଳରେ ଆମ ଗାଁ ଏକ ଆଦର୍ଶ ଗାଁ ଭାବରେ ସୁନାମ ଅର୍ଜନ କରିଛି, ଏଠାରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମାନ , ଏଠାରୁ ଏକତା ଭାଇଚାରା ର ବାରତା ଅନ୍ୟ ଗାଁ ଉପରେ ଭଲ ପ୍ରଭାବ ପକେଇଛି। ଏଣୁ ନିଜର ପିଲାମାନଙ୍କୁ ଉତ୍ତମ ଚରିତ୍ର ଗଠନ କରିବା ସହିତ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ଦାନ ଦେଇ ରୋଜଗାର କ୍ଷମ କରାଇବା କୁ ଉଦ୍ଯମ କରିବାକୁ ହେବ, ମୁଁ ନିଜେ ଜଣେ ଭଲ ମଣିଷ ହୋଇ ମୋର ଆଦର୍ଶ ପରିବାର ଗଢିଛି, ଏଣୁ କଥା ରେ ଅଛି ” ମୁଁ ଭଲ ତ ଦୁନିଆ ଭଲ ” ।
ଜଲିଲ୍ ଖାଁ ,
ଶିକ୍ଷାବିତ୍ ,ନୂଆପଲ୍ଲୀ, ଭୁବନେଶ୍ବର.


