ମୁଁ ଲଗାଇଥିବା ଗଛ,ମରିବାକୁ ଦେବିନାହିଁ
ଭୁବନେଶ୍ୱର:ଖରାଦିନ ଆସିବା ସହିତ ବୃକ୍ଷ ବଞ୍ଚାଇବା ନିମନ୍ତେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ମୁଁ ଲଗାଇଥିବା ଗଛ, ମରିବାକୁ ଦେବି ନାହିଁ ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି । ସ୍ଥାନୀୟ ଏକାମ୍ର ହାଟ ପରିସରରେ ପ୍ରେରଣା ଇଣ୍ଟରନ୍ୟସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏହାର ଉଦ୍ଘାଟନ ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ କାଉନ୍ସିଲର କାର୍ଯ୍ୟକ୍ରମ ସଂଯୋଜକ ଡ଼କ୍ଟର ଦୀପକ କୁମାର ବେହେରା, ଗ୍ଲୋବାଲ ଇଣ୍ଟେଲକ୍ଚୁଆଲ ଫୋରମର ଆବାହକ ଡ଼କ୍ଟର ଅଶୋକ କୁମାର ସୁନ୍ଦରାୟ, ସାମାଜିକ କର୍ମୀ ମନୋରଞ୍ଜନ ବାରିକ, ବିଶ୍ୱନାଥ ରଥ, ନିଲୁ ଖୁଣ୍ଟିଆ, ପ୍ରଫେସର ଅଜୟ ସ୍ୱାଇଁ, ଅଭିନେତା ଋଷି ପଟ୍ଟନାୟକ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରସନ୍ନ ପୃଷ୍ଟି, ଧୀରେନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ଗୌରାଙ୍ଗ ଚରଣ ବେହେରା, ଦିବ୍ୟ ସ୍ୱାଇଁ ଓ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ପ୍ରମୁଖ ଯୋଗଦେଇ କହିଥିଲେ ଗଛଟିଏ ଲଗାଇ ଦେବା ବଡ଼କଥା ନୁହେଁ, ତାକୁ ବଞ୍ଚାଇ ରଖିବା ପାଇଁ ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ । ଏହା ପ୍ରତ୍ୟେକ ବୃକ୍ଷରୋପଣକାରୀ ସଂକଳ୍ପ ନେବା ଉଚିତ୍ । ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା ।