ମୁକଳା ଡ୍ରେନରେ ଜନଅସନ୍ତୋଷ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଗ୍ରାମପଂଚାୟତ ଅଧୀନସ୍ଥ ଗାଙ୍ଗୋତ୍ରୀ ନଗର ରୋଡ ନଂ-୩ରେ ମୁକୁଳା ଡ୍ରେନ ସାଧାରଣ ଲୋକ, ପଶୁପକ୍ଷୀ, ମୁକୁଳା ଡ୍ରେନରେ ପଡି ଆହତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନିିର୍ଦ୍ଦିଷ୍ଟ ଠିକାଦାର(ଗ୍ରାମ୍ୟ ଉନ୍ନୟନ) ବିଭାଗର ଡ୍ରେନ ସଫା ପାଇଁ କାର୍ଯ୍ୟ ମିଳିଥିବାରୁ ନିମ୍ନମାନର କାମ କରି ମାର୍ଚ୍ଚ ୩୧ ପୂର୍ବରୁ ଫଲସ୍ ବିଲ୍ କରି ନେଇଯିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଛି । ଗାଙ୍ଗୋତ୍ରୀ ନଗର ରୋଡ୍ ନଂ-୩ରେ ଅଧିକାଂଶ ଡ୍ରେନ ମୁକୁଳା ପଡିଛି । ଡ୍ରେନର ସ୍ଲାବ ଆଗରୁ ଥିଲେ ମଧ୍ୟ ଠିକଦାରଙ୍କ ଖାମଖିଆଲି ନୀତି ପାଇଁ ଡ୍ରେନକୁ ମୁକୁଳା ପକାଇଦେଇଛନ୍ତି । ବାରମ୍ବାର ଉପର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରିବାକୁ କେହି ନାହିଁ । ନିମ୍ନମାନର କାମ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ ସାଧାରଣରେ ଦାବୀ ହୋଇଛି । ସରକାର ମୁକୁଳା ଡ୍ରେନକୁ ବନ୍ଦ କରିବା ପାଇଁ ଏବଂ ସଫା କରିବା ପାଇଁ ତତ୍ପର ପ୍ରକାଶ କରୁଥିବାବେଳେ ଅତୀତରେ ମୁକୁଳା ଡ୍ରେନ ପାଇଁ ଅନେକ ନିରୀହ ଜୀବନ ଚାଲିଯାଇଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ସାଧାରଣଲୋକଙ୍କ ଜୀବନ ବାଜି ଲାଗିଛି । ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ହେଲାଣି ଡ୍ରେନ ମୁକୁଳା ପଡିଛି । ବହୁ ଲୋକ ପଡି ଆହତ ହେଉଛନ୍ତି ଏବଂ ଶସ୍ତା କାମ ହୋଇଥିବା ପରିଲିକ୍ଷିତ ହେଉଛି । ସାଧାରଣରେ ପ୍ରଶ୍ନ ଏଇଠି କହିବେ କାହାକୁ ଶୁଣିବ କିଏ । ନିକଟରେ କିଛି ସ୍କୁଲ ପିଲା ସାଇକେଲରେ ଆସୁଥିବାବେଳେ ମୁକୁଳା ଡ୍ରେନ ପାଇଁ ସାଇକେଲ ଚକା ଡ୍ରେନ ଭିତରେ ପଶିଯାଇଥିଲା ଏବଂ ସେ ପିଲା ଗୁରୁତ୍ୱର ଭାବେ ଆହତ ହୋଇଥିଲେ, ଏକ ଷଣ୍ଠ ଡ୍ରେନ ଭିତରେ ଗଳିପଡିଥିବାରୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା । ଏମିତି ପ୍ରତ୍ୟେକ ଦିନ ନାନାପ୍ରକାର ଅସୁବିଧା ହେବାର ପରିଲକ୍ଷିତ ହେଉଛି । ଗତ କିଛି ଦିନ ତଳେ ବିଦ୍ୟୁତ୍ ସରବରାହ କଟିଯାଇଥିବାରୁ ଚାଲିଯାଉଥିବା ଲୋକ ମୁକୁଳା ଡ୍ରେନରେ ଗଳିପଡିଥିଲେ । ଏବଂ ତାଙ୍କ ଅଂଟା ବାଜି ଗୁରୁତ୍ୱର ଭାବେ ଆହତ ହୋଇଥିଲେ । ଅନ୍ଧ ଲୋକ ଡ୍ରେନ ଭିତରେ ପଡିଯାଇଥିଲେ । ଉକ୍ତ ଠିକଦାରଙ୍କ ଲାଇସେନ୍ସ୍କୁ ତୁରନ୍ତ ବାତିଲ, କରାଯାଇ ତାଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ସାଧାରଣରେ ଦାବୀ ହୋଇଥିବାବେଳେ ଯେତେ ଶୀଘ୍ର ବିଭାଗୀୟ କର୍ତୁପକ୍ଷ ମୁକୁଳା ଡ୍ରେନକୁ ପୋତିବା ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକମାନେ କର୍ତୁପକ୍ଷଙ୍କୁ ଅନୁରୋଧ କରିଛନ୍ତି ।