ମୁକୁନ୍ଦାନନ୍ଦଜୀଙ୍କ ଜନ୍ମ ଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଓ ଦତ୍ତାତ୍ରୟ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଗୁରୁ ସାହି ପରିଚ୍ଛା ମଠ ପରିସରରେ ଥିବା ବାଳମୁକୁନ୍ଦ କେନ୍ଦ୍ର ପକ୍ଷରୁ ମୁକୁନ୍ଦାନନ୍ଦଜୀଙ୍କ ଜନ୍ମ ଦିବସ ଅବସରରେ ଅର୍ଣ୍ଣପୂର୍ଣ୍ଣା ଜୟନ୍ତୀ ଏବଂ ଦତ୍ତାତ୍ରୟ ଜୟନ୍ତୀ ପାଳିତ ହୋଇଯାଇଛି । ଅର୍ଣ୍ଣପୂର୍ଣ୍ଣ ଦେବୀ ପାର୍ବତୀଙ୍କ ଅବତାର ସେ ଖାଦ୍ୟକୁ ଆଶୀର୍ବାଦ କରନ୍ତି ଏବଂ ଏହାକୁ ଅମୃତରେ ପରିଣତ କରନ୍ତି । ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କର ତ୍ରିଶକ୍ତି ମିଳିତରୂପ ଭଗବାନ ଦତ୍ତାତ୍ରୟଙ୍କୁ ସ୍ମରଣ କରି କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦଜୀ ପିଲାମାନଙ୍କୁ ସେମାନଙ୍କ ବିଷୟରେ ବୁଝାଇଥିଲେ । ସଂଯୋଗ କ୍ରମେ ବାଳ ମୁକୁନ୍ଦ କେନ୍ଦ୍ରର ମୁଖ୍ୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଜନ୍ମଦିବସ ଏବଂ କେନ୍ଦ୍ରର ଶିଶୁ ପ୍ରଣତି ଚୌଧୁର ଜନ୍ମତିଥିରେ ସମସ୍ତ ଶିଶୁମାନଙ୍କ ସହିତ ଆଚାର୍ଯ୍ୟା ମନୋରମା ପତି ଏବଂ ବିଷ୍ଣୁପ୍ରିୟା ପଣ୍ଡା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଅପରାହ୍ନରେ ପରିଛା ମଠ ବିଜେ ଶ୍ରୀ ରସିକିରାଜ ମନ୍ଦିର ବେଢାରେ ନାମ ସଂକୀର୍ତ୍ତନ ସହ ପରିକ୍ରମା କରାଯାଇଥିଲା ।


