ମୁକ୍ତାକାଶ ରଙ୍ଗମଞ୍ଚ ଠାରେ କୋଣାର୍କ ସାହିତ୍ୟ ଆସର
ନିମାପଡ଼ା,( ସନ୍ତୋଷ ଦାଶ): ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବର ଗୁରୁବାର ଥିଲା ଅନ୍ତିମ ଦିବସ। ଏହି ଅବସରରେ ଓଡ଼ିଶା ସରକାର ଙ୍କ ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ର ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଆୟୋଜିତ ହୋଇଥିଲା କୋଣାର୍କ ସାହିତ୍ୟ ଆସର। ଏହି କାର୍ଯ୍ୟକ୍ରମ ରେ କବିତା ଆବୃତ୍ତି, ଗଳ୍ପ ପଠନ,ଆଲୋଚନାଚକ୍ର,ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସାହିତ୍ୟ ଆସର ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ. ସବିତା ପ୍ରଧାନ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। କୋଣାର୍କ ସାହିତ୍ୟ ସଂସଦର ସଭାପତି ତିବିକ୍ରମ ରାମ କୃଷ୍ଣ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଡ଼ଃ. ମୃତ୍ୟୁଞ୍ଜୟ ରଥ ଓ ଡ଼ଃ. ସରୋଜିନୀ ପାଣି ସଂଯୋଜନା କରିଥିଲେ। ପ୍ରଫେସର ଡ଼ଃ.ଆଦିକନ୍ଦ ସାହୁଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ଡ଼ଃ. ତ୍ରିନାଥ ପଟ୍ଟନାୟକ ଙ୍କୁ ଅର୍କପ୍ରଜ୍ଞା ସମ୍ମାନ,
ଡ଼ଃ. ସୁଜାତା ମହାପାତ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସ୍ତମ୍ଭକାର ଲଳିତେନ୍ଦୁ
ପଲାଉରୀ ଙ୍କୁ ସାମ୍ୱାଦିକ ସଂଗ୍ରାମ ସ୍ମୃତି ସମ୍ମାନ, କୃପାସିନ୍ଧୁ ବିଶ୍ଵାଳ ଙ୍କୁ ଲେଖକ ବଳରାମ ମିଶ୍ର ସ୍ମୃତି ସମ୍ମାନ, ଲତିକା ମହାପାତ୍ର ଙ୍କୁ ମା ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ଗଗନ ବିହାରୀ ସ୍ଵାଇଁ ଙ୍କୁ ଅର୍କସ୍ୱର ସମ୍ମାନ,
ଡ଼ଃ. ସୁଚିତ୍ରା ରଥଙ୍କୁ ଅର୍କସୁଧା ସମ୍ମାନ, ଜ୍ୟୋତି ପ୍ରକାଶ ରଥଙ୍କୁ
କୋଣାର୍କ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମାଜିକ କର୍ମୀ ରାମ କୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।