ମୁକ୍ତାକାଶ ରଙ୍ଗମଞ୍ଚ ନାଟକ ପ୍ରତିଯୋଗୀତା ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଗଡଅଣ୍ଡିଆ ଗ୍ରାମ ପୂଜାମଣ୍ଡପ ରେ ଗ୍ରାମ ମଙ୍ଗଳ ସମିତି ଓ ଅରବିନ୍ଦ କ୍ଲବ ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ମୁକ୍ତାକାଶ ରଙ୍ଗମଞ୍ଚରେ ୬ଦିନ ବ୍ୟାପି ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀତାରେ ୬ଟି ନାଟକ ପରିବେଷଣ କରାଯାଇଥିଲା। ଜଗତସିଂହପୁରର ପଞ୍ଚସଖା ନାଟ୍ୟ କଳା ସଂସଦ ର ନାଟକ ମୃତ୍ୟୁଦଣ୍ଡ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି,ବାଙ୍କି ଇନ୍ଦୁମତି ପାଟଣାର ଇଶାଣେଶ୍ବର ନାଟ୍ୟ ସଂସଦ ର ନାଟକ ଆଖି ଅବୁଝା କୁ ଲୁହ ଅବୁଝା ଦ୍ବିତୀୟ ସ୍ଥାନରେ ରହି ନଗଦ ୪୦ ହଜାର ଟଙ୍କା ଓ ଟ୍ରଫି ଏବଂ ପଟିଆର ମା ଭୈରବୀ ଡାମାଟ୍ରିକ କ୍ଲବ ର ନାଟକ ଧର୍ମ ସହିଲେ ହେଲା ତୃତୀୟ ସ୍ଥାନ ଅଧିକାର କରି ନଗଦ ୧୦ ହଜାର ଟଙ୍କା ଓ ଟ୍ରଫି ପୁରସ୍କାର ପାଇଛନ୍ତି।ପୁରସ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅବସରପ୍ରାପ୍ତ ଅଧ୍ୟାପକ ଜଗତ୍ ପ୍ରସାଦ ସାବୁତ୍, ଅରବିନ୍ଦ କ୍ଲବ ସଭାପତି ଅମରେନ୍ଦ୍ର ମହାନ୍ତି,ସଂପାଦକ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ। ଅରବିନ୍ଦ କ୍ଲବ ଉପଦେଷ୍ଟା କ୍ଷିତିସ ପ୍ରସାଦ ମହାନ୍ତି,ସୁକାନ୍ତ ଚନ୍ଦ୍ର ଦାସ,ଗ୍ରାମ ମଙ୍ଗଳ ସମିତି ସଂପାଦକ ବିଜୟ କୁମାର ପାତ୍ର, ଉପଦେଷ୍ଟା ସୁବାସ ଚନ୍ଦ୍ର ପାତ୍ର ଓ ପୂଜା କମିଟି ସଂପାଦକ ବିଚିତ୍ରା ନନ୍ଦ ପାତ୍ର ପ୍ରମୁଖ ଉକ୍ତ ଉତ୍ସବ ରେ ଉପସ୍ଥିତ ଥିଲେ।ଶେଷରେ ହୁମାନ ସାଗର ଙ୍କ ଦ୍ଵାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।