ମୁକ୍ତା ଯୋଜନାରେ ଛତ୍ରପୁର ଏନଏସିକୁ ମିଳିଲା
ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିର ଉନ୍ନତି ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ୧କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ଶୁକ୍ରବାର ଛତ୍ରପୁର ଏନଏସି ବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ନଗର ସଭାପତି ବି. ରାଜିବାବୁ ଓ ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ (ବୁଚି) ଙ୍କ ସଂଯୋଜନାରେ ଆୟୋଜିତ ଏହି କୃତଜ୍ଞତା ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସହର ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ସର୍ବଦା କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ମୁକ୍ତା ଯୋଜନା ଆଉ ଏଲ ମାଇଲ ଖୁଣ୍ଟ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନଏସିରେ ଶିଶୁ ଉଦ୍ୟାନ, ପବ୍ଲିକ ଜିମ୍, ଚାଲିବା ରାସ୍ତା, ପାର୍କ ପ୍ରମୁଖ ୩୬ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ୫୪ ଲକ୍ଷ ୨୮ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ବିଧାୟକ ଶ୍ରୀ ବେହେରା ,ବିଜୁ ଆଇନ ସାମ୍ମୁଖ୍ୟର ବରିଷ୍ଠ ଉପଦେଷ୍ଠା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ବିଜୟ କୃଷ୍ଣ ପଟ୍ଟନାୟକ, ପୂର୍ଣ୍ଣବାସୀ ମହାପାତ୍ର, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ବିଜେଡି ନଗର ସଭାପତି ବି. ରାଜିବାବୁ ପ୍ରମୁଖ ମଂଚାସୀନ ରହି ଅଂଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢୀ, ସଭାପତି ସୁରେଶ କୁମାର ପଣ୍ଡା, ଉପସଭାପତି ଅହି ଭୂଷଣ ସାହୁ, ସିମାଂଚଳ ମହାପାତ୍ର, ରାମକୃଷ୍ଣ ଦାଶ, ସରକାରୀ ଓକିଲ ଭୈରବି କୁମାର ପଟ୍ଟନାୟକ, ପ୍ରଦୀପ ପାତ୍ର, କାଳି ପ୍ରସାଦ ଦାଶ, ଡମିନାଥ ସାହୁ, କୃଷ୍ଣ ବେହେରା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା,ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ରାଜେଶ୍ କୁମାର ସାହୁ ଓ ବାଦଲ ପାଣ୍ଡି, ବିଜେଡି ଯୁବନେତା ଅଟ୍ଟଳ ବିହାରୀ ପଟ୍ଟନାୟକ ,ସନମୁଖ ପଟ୍ଟନାୟକ, ଟି. ନାରାୟଣ, ଏନ୍. ଗିରିଧର ରାଓ, ରବିନ୍ଦ୍ର ସାହୁ, ବଳରାମ ରେଡ୍ଡି, ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓଙ୍କ ସମେତ ବହୁ ଅଂଚଳବାସୀ ଓ ବିଜେଡି ନେତୃ ମଣ୍ଡଳୀ ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତ ୧୬ ତାରିଖରେ ଏନଏସିର ଉନ୍ନତି ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଛତ୍ରପୁର ବିଧାୟକ ଏହି ୩୬ ଟି ପ୍ରକଳ୍ପର ଅନୁଦାନ ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।


