ମୁକ୍ତା ଯୋଜନାର କାର୍ଯ୍ୟାଦେଶ ପତ୍ର ବଣ୍ଟନ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ଯାଜପୁର ସହରର ବିକାଶ ପାଇଁ ମୁକ୍ତା ଓ ଉନ୍ନତି ଯୋଜନା ବେଶ ପଂଳପ୍ରଦ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଯାଜପୁର ପୈାରପାଳିକାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଯାଜପୁର ପୈାରପାଳିକା ସମ୍ମିଳନୀ ଗୃହରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟର କାର୍ଯ୍ୟାଦେଶ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମଲ୍ଲିକ ସରକାର ସହରାଞ୍ଚଳ ତଥା ସହରର ବିଭିନ୍ନ ବସ୍ତିର ବିକାଶ ତଥା ଉନ୍ନତି ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ୫ଟି ଶାସନ ଆଧାରରେ ଯାଜପୁର ପୈାରପାଳିକାର ୭୬ ଗୋଟି ପ୍ରକଳ୍ପକୁ ଚୟନ କରାଯାଇ ପ୍ରଥମ ପର୍ଯ୍ୟାୟରେ ୫୩ ଟିର କାର୍ଯ୍ୟାଦେଶ ଦିଆଯାଇଛି । ଏଥିରେ ୪ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । କ୍ଷୁଦ୍ର ଊଦ୍ୟାନ, ପବ୍ଲିକ ଜିମ୍, ଶିଶୁ କ୍ରୀଡା ଉଦ୍ୟାନ, ଚାଲିବା ରାସ୍ତା, ଶୈାଚାଳୟ, ଓ ଭେଣ୍ଡିଂ ଜୋନ ଭଳି ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । କାର୍ଯ୍ୟ ଗୁଡିକ ଯେପରି ଦୀର୍ଘ ସ୍ଥାୟୀ, ଉନ୍ନତ ମାନର ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହ ଦାୟିତ୍ୱରେ ଥିବା ଏକ୍ସପର୍ଟ ମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ । ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ ଏହି ୫୩ ଟି ପ୍ରକଳ୍ପ ମଧ୍ୟରୁ ୪୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୯ ଟି ବସ୍ତି ଅଞ୍ଚଳ ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଚ୍ଥି ବୋଲି କହିବା ସହ ସେମାନଙ୍କୁ ଉପଯୁକ୍ତ ସହାୟତା ଦେବାପାଇଁ ଏକ୍ସପର୍ଟ ଓ ଇଞ୍ଜିନିୟର ମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସାନିଟେସନ ଏକ୍ସପର୍ଟ ଦେବାଶିଷ ଭୂୟାଁ, ଇମ୍ପ୍ଳିମେଣ୍ଟେସନ ଏକ୍ସପର୍ଟ କୈାଶଲ୍ୟା ବେହେରା, ସି.ଓ. ତନ୍ମୟୀ ସାହୁ, ସି.ଏମ୍.ଏ୍ମ୍.ୟୁ. ମ୍ୟାନେଜର ବିଶ୍ୱ ରଂଜନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟାଦେଶ ସହ ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ପରିଚୟ ପତ୍ର ଓ ସାର୍ଟିପିଂକେଟ ପ୍ରଦାନ କରାଯାଇଥିଲା ।