ମୁକ୍ତ ସାମ୍ବାଦିକତା ଦିବସରେ ପ୍ରତିଭା ପ୍ରୋତ୍ସାହନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଲୋକଙ୍କୁ ନ୍ୟାୟ ଦେବା ପାଇଁ ଜଣେ ସାମ୍ବାଦିକଙ୍କୁ ନିଜ ଜୀବନ ସହିତ ବାଜି ଲଗାଇବାକୁ ପଡ଼େ । ନିଜ ପ୍ରତିଦ୍ୱନ୍ଦୀଙ୍କ ନିକଟରେ କେବେ କେବେ ସେ ଅପ୍ରିୟ ସତ୍ୟ କହି ବାସନ୍ଦ ହୁଏ । ପୁଣି ସାମ୍ବାଦିକତା ସେବା ଦେଉଥିବା ସଂସ୍ଥା ପାଖରେ କେବେ କେବେ ମଥା ନଇଁଥାଏ । ଆଜିର ଯୁଗରେ ସାମ୍ବାଦିକତା ଭିତରେ ପଶିଯାଇଛି ରାଜନୀତି । ଏଭଳି ମନ୍ତବ୍ୟ ରଖିଥିଲେ ବରିଷ୍ଠ ସାମ୍ବାଦିକ ଗଣେଶ ନାୟକ । ଅନ୍ୟତମ ଅତିଥି ସମାଜସେବୀ ତଥା ରାଜନେତା ଜଗନ୍ନାଥ ପ୍ରଧାନ ସାମ୍ବାଦିକମାନେ ମୁକ୍ତ ଭାବେ ଲୋକଙ୍କ ସମସ୍ୟା କଥା ପ୍ରକାଶ କରିବା ଉଚିତ୍ ବୋଲି କହିଥିଲେ । ସମାଜସେବୀ ତଥା ସାମ୍ବାଦିକ ଲୋକନାଥ ଦାଶ ଉଭୟ କ୍ଷେତ୍ରରେ ହାସଲ କରିଥିବା ନିଜ ଅନୁଭୂତି କହିଥିଲେ । ଏମାନଙ୍କ ବ୍ୟତୀତ ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା ଓଡ଼ିଆ ଚଳଚ୍ଚିତ୍ର ପରିଚିତ ସଂଳାପକାର ଡ. ରଜନୀ ରଞ୍ଜନ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ ଏବଂ ‘ଏକମାତ୍ର’ ସମ୍ବାଦପତ୍ରର ସମ୍ପାଦକ ତାରକ ମହାନ୍ତି ମଧ୍ୟ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିଥିଲେ । ଡେନିମ୍ ଆଣ୍ଡ ବ୍ଲୁଜ୍ ପକ୍ଷରୁ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ପରିସରରେ ଆୟୋଜିତ ‘ବିଶ୍ୱ ମୁକ୍ତ ସାମ୍ବାଦିକତା ଦିବସ’ ଅବସରରେ କଳା, ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଉଦୀୟମାନ ପ୍ରତିଭାମାନଭ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସମ୍ବାଦର ସହ ସମ୍ପାଦକ ବସନ୍ତ କୁମାର ସାହୁ, ସକାଳାର ସହ ସମ୍ପାଦିକା ଅନୁରାଧା ବାରିକ, ଉତ୍କଳ ବୁଲେଟିନ୍‌ର ରିପୋର୍ଟର ପ୍ରିୟବ୍ରତ ବାରିକ, ମିଡ଼ିଆ କୋର୍ଡ଼ିନେଟର ବାଳକୃଷ୍ଣ ରାଉତ (ମୁନା), ସୁଶାନ୍ତ ସାହୁ ଓ ବିବେକାନନ୍ଦ ବାରିକ (ସମାଜସେବୀ) ରସରାଜ ଦୁଆରୀ, ଗାୟକ କାର୍ତ୍ତିକେଶ୍ୱର ମାଝୀ, ଭୁବେନଶ୍ୱର ମହାନଗର ନିଗମର ନବନିର୍ବାଚିତ କର୍ପୋରେଟର ଗୀତାଞ୍ଜଳି ସାହୁ, କୋରିଓଗ୍ରାଫର-ଡ଼୍ୟାନ୍ସର ଡ଼୍ୟାନି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ, ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ-ଗୀତିକାର ସତ୍ୟ ପାଣିଗ୍ରାହୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଆୟୋଜକ ପ୍ରିୟାଂଶୁ ପ୍ରିୟଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ