ମୁକ୍ତ ହେବେ କଏଦୀ

ପାକିସ୍ତାନ ମାନବୀୟ ଆଧାରରେ ୩୬୦ ଜଣ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ନେଇ ଶୁକ୍ରବାର ଘୋଷଣା କରିଛି । ପାକିସ୍ତାନର ଜେଲରେ ବନ୍ଦ ଥିବା ଏହି କଏଦୀମାନେ ସୋମବାର ଠାରୁ ବିଭିନ୍ନ ପର‌୍ୟ୍ୟାୟରେ ମୁକ୍ତ ହେବେ । ପାକିସ୍ତାନର ବିଦେଶ ମୁଖପାତ୍ର ଡ. ମହମ୍ମଦ ଫେଜଲ କହିଛନ୍ତି ପାକିସ୍ତାନ ବିଭିନ୍ନ ଜେଲରେ ଏବେ ମୋଟ ୫୩୭ ଜଣ ଭାରତୀୟ କଏଦୀ ସଜା କାଟୁଛନ୍ତି । ଏଥିରୁ ୪୮୩ ଜଣ ହେଉଛନ୍ତି ମତ୍ସଜୀବୀ, ଯେଉଁମାନେ ସମୁଦ୍ରରେ ମାଛ ଧରିବା ସମୟରେ ଉଭୟ ଦେଶର ସୀମା ସଂପର୍କରେ ଅବଗତ ନ ହୋଇ ପାକିସ୍ତାନ ସୀମାନକୁ ଚାଲି ଯାଇଥିଲେ ।
ଇସଲାମାବାଦରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଫୈଜଲ କହିଛନ୍ତି, ଆଗାମୀ ମଙ୍ଗଳବାର ୧୦୦ ଜଣ ଭାରତୀୟ ମତ୍ସଜୀବୀ ମୁକ୍ତ ହେବେ । ଏହା ପରେ ଭାରତୀୟ ମତ୍ସଜୀବୀମାନେ ଏପ୍ରିଲ ୧୫, ଏପ୍ରିଲ ୨୨ରେ ୧୦୦ ଜଣ ମୁକ୍ତ ହେବେ ।
ଡ ମହମ୍ମଦ ଫୈଜଲ କହିଛନ୍ତି ୫ ଜଣ ମତ୍ସଜୀବୀଙ୍କ ସମେତ ୬୦ ଜଣ ଭାରତୀୟଙ୍କୁ ଏପ୍ରିଲ ୨୯ରେ ଛଡ଼ାଯିବ । ସେ କହିଛନ୍ତି ଏବେ ଭାରତୀୟ ଜେଲ ଗୁଡ଼ିକରେ ୩୪୭ ଜଣ ପାକିସ୍ତାନୀ ନାଗରିକ ବନ୍ଦୀ ଅଛନ୍ତି । ଏଥିରେ ୯୮ ଜଣ ହେଉଛନ୍ତି ମତ୍ସଜୀବୀ । ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଭାରତ ମଧ୍ୟ ସୌଜନ୍ୟମୂଳକ ପାକିସ୍ତାନୀ ନାଗରିକମାନଙ୍କୁ ମୁକ୍ତ କରିବ । ଭାରତରେ ଆଉ ୪ ଦିନ ପରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ପାକିସ୍ତାନ ଭାରତୀୟ କଏଦୀମାନଙ୍କୁ ମୁକ୍ତ କରୁଛି ବୋଲି ସେ କହିଛନ୍ତି । ସେହିଭଳି ଭାରତ ଦ୍ୱାରା କରତାରପୁର କରିଡର ନେଇ ହେବାକୁ ଥିବା ବୈଠକ ବିଳମ୍ବ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ଦୃଢ଼ ଭାବେ କହିଛନ୍ତି ଯେ, ଏଭଳି ବୈଠକ ଜରିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ