ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେବାକୁ ସୁଯୋଗ ନମିଳିବାରୁ ଫେରି ଗଲେ ଯୁବ ଶିଳ୍ପୀ ବିଜୟ

ଉଦଳା,( ରାଜୀବ ବେହେରା ): ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ପୁରା ଉଦଳା ଅଞ୍ଚଳ ଖୁସି ମନାଉ ଥିବା ବେଳେ ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଉପଢୌକନ ଦେଇ ଫଟୋ ଉତ୍ତଳନ କରିଛନ୍ତି l ଖୁସି ମନlଇଛନ୍ତି ଶୁଭେଛୁକ ମାନେ… ହେଲେ ସାମ୍ନାକୁ ଆସିଲା ଏଭଳି କିଛି ଚିତ୍ର , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଯେଉଁ ଘଟଣା ସାରା ଅଞ୍ଚଳରେ ଏବେ ବେଶ ଚର୍ଚ୍ଚା ଧରିଛି l ଦର୍ଶକ ବନ୍ଧୁ ଏ ହେଉଛନ୍ତି ବିଜୟ କମିଳା… ଯିଏ ଜଣେ ଯୁବ ଶିଳ୍ପୀ ଏବଂ ଜଣେ ଆଗଧାଡିର ସମାଜ ସେବୀ ମଧ୍ୟ , ମନରେ ଅନେକ ସ୍ବପ୍ନ ଦେଖି ଛନ୍ତି ବିଜୟ… ଆଉ ଅଦକlରି ନଡ଼ିଆ ସଢ଼େଇ ଖୋଳପା ରେ ସୁନ୍ଦର ସୁନ୍ଦର ଉପକରଣ ବନାଇ ନିଜର ବେଶ ପରିଚୟ ଗଢି ଛନ୍ତି l ଦିନ ଥିଲା ବାଇକ ମେକାନିକ ଭାବରେ ପରିଚିତ ଥିଲେ, କିନ୍ତୁ ଏବେ ସେ ଯୁବ ଶିଳ୍ପୀ ବନିଛନ୍ତି ,ନେତା ମନ୍ତ୍ରୀମାନଙ୍କ ପାଇଁ ସୁନ୍ଦର ଐତିହାସିକ ଉପହାର ଗଢି ଛନ୍ତି , ଏପରିକି କିଛି ମନ୍ତ୍ରୀ ଏବଂ ଅଧିକାରୀ, ସ୍କୁଲ ରେ ମଧ୍ୟ ସଢ଼େ ରେ ପ୍ରସ୍ତୁତ ଜିନିଷ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ବିଜୟ l ହଁ ଦେଶର ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ଉପହାର ଗଢୁଛନ୍ତି ବୋଲି କହିଛନ୍ତି ବିଜୟ l ସୁଯୋଗ ମିଳିଲେ ସେ ସବୁ ଉପହାର ଦେଵେ ବୋଲି କହିଛନ୍ତି l ତେବେ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଉଦଳା ଗସ୍ତ ହେବା ପୂର୍ବରୁ ବିଜୟ ଉପହାର ସ୍ୱରୂପ ‘”ବିକଶିତ ଓଡିଶା ‘ ବିକଶିତ ଗାଁ ” ସଢ଼େରେ ବନାଇ ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ଉପହାର ଭେଟି ଦେବାକୁ ୧ ତାରିଖ ଦିନ ମଞ୍ଚ ପାଖରେ ଅପେକ୍ଷା କରି ଥିଲେ, ଏହା ପୂର୍ବରୁ ଦାୟିତ୍ୱରେ ଥିବା ଅଧିକାରୀ ଠାରୁ ଆରମ୍ଭ କରି ବିଧାୟକ କୁ ମଧ୍ୟ ଏକଥା ଜଣାଇ ଥିବାକଥା କହିଛନ୍ତି ଶିଳ୍ପୀ ବିଜୟ , ଏଥିପାଇଁ ମଞ୍ଚରୁ ତାଙ୍କ ନିକଟକୁ ଫୋନ ମଧ୍ୟ ହୋଇଥିଲା, ଆଉ ନିମନ୍ତ୍ରଣ ମଧ୍ୟ ହୋଇ ଥିଲା l ହେଲେ ଦୂରର୍ଭାଗ୍ୟ ର କଥା ନିମନ୍ତ୍ରଣ କରି ଉପହାର ଦେବାକୁ ଡାକି ଥିଲେ ହେଲେ ସୁଯୋଗ ଦେଲେ ନାହିଁ,l ଯାହା ଯୁବ ଶିଳ୍ପୀ ଙ୍କ ମନରେ ଗଭୀର ଆଘାତ ଦେଇଛି, l ସେ କହିଛନ୍ତି ଜୀବନରେ ଏହା ପ୍ରଥମ ଥର ଏମିତି ହେଲା l ଖୁସି ହୋଇ ଉପହାର ଦେଵେ ବୋଲି ଧାଇଁ ଆସି ଥିଲେ, ହେଲେ ନିରାଶ ହୋଇ ଅଖିଆ ଅପିଆ ଦୀର୍ଘ ସମୟ ୯ ଟାରୁ ୪ ଟା ପର୍ଯ୍ୟନ୍ତ ଉପହାରଟିକୁ ଛାତିରେ ଧରି ସେମିତି ଚାହିଁରହିଥିଲେ ବିଜୟ,କେତେବେଳେ ତାଙ୍କୁ ଡାକିବେ, ଏହାର କଷ୍ଟ ଆପଣ ମାନେ ବୁଝି ପାରୁଥିବେ l ଛୋଟ ପିଲାଟି ଯେଉଁ ଜିନିଷ ତାଙ୍କ ର ପ୍ରିୟ ସେ ଜିନିଷଟି ପାଇବାକୁ ଅଝଟ ହୁଅନ୍ତି ଆଉ ପାଇଗଲେ କେତେ କଣ ଖୁସି ହୋଇଥାନ୍ତି l କିନ୍ତୁ ବିଜୟ ନିଆର ମଣିଷ ଟିଏ l ସମସ୍ତେ ତାଙ୍କ ସାମ୍ନାରେ ମଞ୍ଚରେ ଆଣିଥିବା ଉପହାର ଦେଲେ ହେଲେ ତାଙ୍କୁ ଅପମାନିତ କରାଗଲା ଯାହା କହିଛନ୍ତି ବିଜୟ, ମୋର କଣ ଭୁଲ ଥିଲା l
ଦେଖିଥିବା ସ୍ବପ୍ନ ଅଧା ଅଧୁରା ରହିଗଲା , ମୁଖ୍ୟମନ୍ତ୍ରୀ ମୋହନ ଙ୍କ ପାଇଁ ତିଆରି କରିଥିବା ଉପହାର ଦେବାକୁ ସକାଳ ୯ ଘଟିକା ପାଖରୁ ମଞ୍ଚ ତଳେ ଛିଡା ହୋଇ ଥିଲେ ଆଉ ସମସ୍ତଙ୍କୁ ଫୋନ କରିଛନ୍ତି ହେଲେ କେହି ହେଲେ ତାଙ୍କୁ ସହଯୋଗ କଲେନାହିଁ l ଆଖି ଆଗରେ ସାମ୍ନାରେ କିଛିନା କିଛି ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କଲେ, ହେଲେ ବିଜୟ ଯିଏ କି ଆମ ଉଦଳା ପାଇଁ ଗର୍ବ ଆଉ ଗୌରବ ଆଣି ଛନ୍ତି… ଜଣେ ବାଇକ ମେକାନିକରୁ ଜଣେ ଶିଳ୍ପୀ ହୋଇ ଛନ୍ତି ଆଉ ଅଦକlରି ନଡ଼ିଆ ସଢ଼େଇ ରେ ସୁନ୍ଦର ଜିନିଷ,ଘର ଉପକରଣ ସହିତ ଐତିହାସିକ ଜିନିଷ ମଧ୍ୟ ତିଆରି କରି ବେଶ ଖ୍ୟାତି ଅର୍ଜନ କରି ନିଜର ପରିଚୟ ତିଆରିକରିଛନ୍ତି l ଯାହା ଆମ ମୟୁରଭଞ୍ଜ ର ଗର୍ବ ଆଉ ଗୌରବ l ନିଆରା ମଣିଷ ଟିଏ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବା ଠାରୁ ଘରେ ଭଗବାନଙ୍କୁ ଡାକନ୍ତି, ଭୋକିଲାକୁ ଆହାର ଏବଂ ସାହାଯ୍ୟ କଲେ ସେହିଁ ପ୍ରକୃତ ସେବା ବୋଲି କହନ୍ତି ll ଏହା ହିଁ ପ୍ରକୃତ ମାଧବ ସେବା ବୋଲି ସେ କହିଥାନ୍ତି, ସେ ଆଗ ଧାଡ଼ିର ଜଣେ ସମାଜ ସେବୀ, ସେବା କରିବାକୁ ସେ ବହୁତ ଖୁସି ହୁଅନ୍ତି l ମୁଖ୍ୟମନ୍ତ୍ରୀ ଙ୍କୁ
ଉପହାର ବନାଇବା ଅନୁମତି ଦେବା ସମୟରେ ସେ ଦୁଇଟି ଉପହାର ଦେବାକୁ କହିଛନ୍ତି,ସମସ୍ତ ଙ୍କୁ କହିଥିଲେ ବିଜୟ , ଆଉ ଠିକ ସମୟ ପୂର୍ବରୁ ପହଞ୍ଚି ଛନ୍ତି,ହେଲେ ପ୍ରତିଶୃତି ଦେଲେ ଆଉ ପ୍ରତିଶୃତି ରଖିବାରେ ବିଫଳ.. ସେମିତି ଅପେକ୍ଷା କରି ଶେଷରେ ଦୁଃଖ କରି ଫେରିଛନ୍ତି ବିଜୟ, ଯାହା ଏବେ ସାଧlରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନାରେ ବିଷୟ ସାଜିଛି l ଏତେବଡ଼ ମଞ୍ଚ ରେ କେମିତି ଜଣେ ଆଗଧାଡିର ଶିଳ୍ପୀଙ୍କୁ ଅସମ୍ମାନ କରାଗଲା, ନିଶ୍ଚିତ ଭାବରେ ଏହା ଶିଳ୍ପୀ ସମାଜ ପାଇଁ, ଏବଂ ଉଦଳା ପାଇଁ ଦୁଃଖଦ ଘଟଣା l ଆଉ ଏକ ବଡ ଅପମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ଉପହାର ଦେବାପlଇଁ ମନେ ମନେ ବହୁତ ଖୁସି ଥିଲେ, ହେଲେ ସେ ଖୁସି ଝାଉଁଳି ଗଲା, ଦେଖିଥିବା ସ୍ବପ୍ନ ତାଙ୍କର ସଫଳ ହେlଇ ପାରିଲା ନାହିଁ, ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ପାଇଁ ତାଙ୍କ ଖୁସି ଆଜି ଦୁଃଖ ଦେଛନ୍ତି, ଯଦି ସମସ୍ତଙ୍କ ଭଳି ଦେଇଥିବା ସୁଯୋଗ ତାଙ୍କୁ ଟିକେ ଦେଇଥିଲେ ସେ ନିଜକୁ ଗର୍ବ କରିଥାନ୍ତେ l ହଁ କରିଥିବା କଷ୍ଟ ପାଇଁ ଖୁସି ମିଳିଥାନ୍ତା l ଦିନ ରାତି ଏକ କରି ‘ବିକଶିତ ଓଡିଶା’ ନିଜ ହାତରେ ଅତି ସୁନ୍ଦର ଭାବରେ ବନାଇ ଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ହାତରେ ନଡ଼ିଆ ସଢ଼େଇ ରେ ତିଆରି ବିକଶିତ ଓଡିଶା, ବିକଶିତ ଗାଁ “ଉପହାର ଦେବାକୁ ଆସି ଫେରିଗଲେ ନଡ଼ିଆ ସଢ଼େଇ ଶିଳ୍ପୀ ବିଜୟ l ଏହା ଏବେ ସବୁ ମହଲରେ ଆଲୋଚନା ହେବାରେ ଲାଗିଛି l ଏହା ଉଦଳା ପାଇଁ ଅପମାନ l ଏପରିକି ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନଥିବା ଦୁଃଖ ନ ଜଣାଇ ଫେରି ଜାଇ ଦୁଃଖ ପ୍ରକାଶ କରିଛନ୍ତି l ତେବେ କାହିଁକି ଏଭଳି ହେଲା, ଆଉ ଏଥିପାଇଁ କିଏ ଉତ୍ତରର୍ଦାଇ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ