ମୁଖ୍ୟମନ୍ତ୍ରୀଙ୍କୁ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) ଗଞ୍ଜାମ-ଫୁଲବାଣୀ କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‍ ସହ ଅନୁବନ୍ଧିତ ଆସିକା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନିକିଆ ଆସିକା ଗସ୍ତରେ ଆସିଥିବା ବେଳେ ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରିବା ପରେ ସଡକପଥରେ ରୋଡସୋରେ ଯାଉଥିବା ବେଳେ ଖମ୍ବେଶ୍ୱରୀପାଟଣା ମୁଖ୍ୟରାସ୍ତାରେ ଔଷଧ ବ୍ୟବସାୟୀ ସଂଘର ସଭାପତି କେ.ଗୋପାଳକୃଷ୍ଣ ସେନାପତିଙ୍କ ନେତୃତ୍ୱରେ ସଂଘର ବରିଷ୍ଠ ସଦସ୍ୟ କେ.ଦୀପକ କୁମାର ସେନାପତି, କିଷ୍ଣେନ୍ଦୁ ପାତ୍ର, ପ୍ରିୟବ୍ରତ ମିଶ୍ର, କେ.ବିଭୁତି ଭୂଷଣ ସେନାପତି, ଯୋଗେନ୍ଦ୍ର କୁମାର ନାୟକ, କ୍ଷୀରାବ୍ଦୀ ପାତ୍ର, ମହେନ୍ଦ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ଶତପଥୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ