ମୁଖ୍ୟମନ୍ତ୍ରୀଙ୍କୁ କରଞ୍ଜିଆ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ମୟୁରଭଞ୍ଜ ଗସ୍ତ ଅବସରରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଙ୍କ ନେତୃତ୍ୱ ରେ କରଞ୍ଜିଆ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ଯଶିପୁର ରାମତୀର୍ଥ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲାସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ବରିଷ୍ଠ ନେତା ବାଞ୍ଛାନିଧି ପୃଷ୍ଟି, ନବକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ଦାବୀ ପତ୍ରରେ କରଞ୍ଜିଆରେ କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ ସତ୍ତ୍ବେ ପ୍ରଶାସନିକ ସ୍ଥାଣୁତା ଦୃଷ୍ଟିର ସ୍ଥାନ ନିରୂପଣ ଓ ଭିତ୍ତିଭୂମି ସ୍ଥାପନ ସମ୍ଭବ ହୋଇନି । ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ଯେପରି 2026-27 ଶିକ୍ଷାବର୍ଷରେ ନାମ ଲେଖାଇବା ସମ୍ଭବ ହେବ ତାହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ ।ପ୍ରତି ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ କ୍ଳାସ ରୁମ ସୁବିଧା ଉପଲବ୍ଧ କରାଯିବ ଏବଂ ଓଡ଼ିଆରେ ପାଠ୍ୟକ୍ରମକୁ ନେଇ ଭିଡିଓ ପ୍ରସ୍ତୁତ କରି ଉନ୍ନତ ମାନର ଶିକ୍ଷା ପହଞ୍ଚାଇ ହେବ । ସ୍କୁଲ ଗୁଡିକୁ ସୌର ବିଦ୍ୟୁତ କରଣ କରାଯାଇ ନିରବଛିନ୍ନ ଭାବେ ଶକ୍ତି ଯୋଗାଇ ଡିଜିଟାଲ ପରିଚାଳନା କରାଗଲେ ଶିକ୍ଷକ ଶିକ୍ଷାଦାନ ସମସ୍ୟା ଦୂର କରାଯାଇ ପାରିବ । ଫଳରେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାକୁ ମଧ୍ଯ ଉନ୍ନ‌ତ କରାଯାଇପାରିବ । ବିଶେଷକରି ନୂଚନ ସରକାରୀ ଓ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକରେ ଶିକ୍ଷଳ ଅବସର ପରେ ଶୂନ୍ୟ ପଢୁଥିବାରୁ ଲୋକଙ୍କ ଉଦ୍ୟମ କ୍ରମେ ଖୋଲାଯାଇଥିବା ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ପାଇଁ ସ୍ବତନ୍ତ୍ର ନୀତି ଅଣାଯାଇ ଶିକ୍ଷାଦାନ ନିଶ୍ଚିତ କରାଯାଉ। କ୍ରୀଡା ଭିତ୍ତିଭୂମି ଗ୍ରାମାଞ୍ଚଳରେ ଅତ୍ୟନ୍ତ ଦୁର୍ବଳ । କେବଳ ପଞ୍ଚାୟତରେ ଲିଭିଭୂମି ବିକାଶ କଲେ ଗାଁ ରେ ଉନ୍ନତି ହେବ ନାହିଁ । ଆପଣଙ୍କ ଅଭିଜ୍ଞତାରୁ ଜାଣିଥିବେ କୌଣସି ଗ୍ରାମରୁ ପଞ୍ଚାୟତରେ ଯାଇ ଦୈନିକ ଖେଳ ହୁଏ ନାହିଁ I ତେଣୁ ଯେଉଁ ସବୁ ଗାମରେ ଖେଳ ପଢିଆ ରହିଛି ଚାର ଉନ୍ନତିକରଣ ସହିତ ସହାୟତା ଯୋଗାଇ ଦେଲେ ଗାଁରୁ ଯୋଗ୍ୟ କ୍ରୀଡ଼ାବିତ ତିଆରି ହେବା ସମ୍ଭବ ହେବ ଆମ ସରକାର ପର୍ଯ୍ୟଟନକୁ ଗୁରୁତ୍ବ ଦେଉଥିବା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ । ମାତ୍ର ଆମ ଅଞ୍ଚଳରେ ପର୍ଯ୍ୟଟନ ଭରିଭୂମି ଅତ୍ୟନ୍ତ ଦୁର୍ବଳ । ସଡ଼କ ଯୋଗାଯୋଗ, ରାତ୍ରି ରହଣି ସୁବିଧା, ପାର୍କ, ସଫାରୀ, ରୋପ ୱେ ଆଦି ଆକର୍ଷଣୀୟ ସୁବିଧା ଆବଶ୍ୟକ। ଭୀମକୁଣ୍ଡ, ଭୈରବକୁଣ୍ଡ, ଶାଳଚୁଆର ବାଘମାରି ଗୁମ୍ଫା, କେନ୍ଦୁମୁଣ୍ଡି ନିଶିପୁର ନିକଟସ୍ଥ ବାଥୁଳି ସମ୍ପ୍ରଦାୟର ଆରାଧ ପୂଜା ସ୍ଥଳୀ ଅଠର ଦେଉଳ, ଖିଚିଂର ମାଆ କିଚକେଶ୍ବରୀ, କେନ୍ଦୁଝରର ଘଟଗାଁ, ସାନ ଘାଗରା, ବଡ଼ ଘାଗରା, ଖଣ୍ଡାଧାର, ସୀତାଳିଞ୍ଜ, ବାରହାଟିପରା, କାଇଁଝର ଜ୍ୟାମ ଆଦି ଅଞ୍ଚଳକୁ ଯୋଡି ଏକ ସ୍ୱର୍ଣବଳୟ ପର୍ଯ୍ୟଟନ କ୍ଷେତ୍ର ଘୋଷଣା କରାଯାଇ ସୁନ୍ଦର କରାଯାଉ। ଏ ସବୁ ସ୍ଥାନକୁ ଯୋଡିବା ସହ ସବୁଦିନିଆ ବିକାଶ କରାଗଲେ ଶିମିଳିପାଳ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢିବ । ସ୍ଥାନୀୟ ଲୋକଙ୍କ ରୋଜଗାର ମଧ୍ୟ ବଢିବ । ସ୍ବାସ୍ଥ୍ୟ ସେବା ଆମ ଅଞ୍ଚଳରେ ଏକ ବଡ଼ ଆହ୍ୱାନ । ଏବେବି ସିଏଚସି ଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ନାହିଁ । ଏକ୍ସ-ରେ ସୁବିଧା ନାହିଁ । ଡାକ୍ତର ଅଛନ୍ତି ଓଲଟ୍ରା ସାଉଣ୍ଡ ବ୍ୟବସ୍ଥା ନାହିଁ। ପୋଷ୍ଟମର୍ଟମ ସୁବିଧା କଥୁବାରୁ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ତେଣୁ ପ୍ରତି ସିଏଚସିରେ ପୋଷ୍ଟମୋର୍ଟମ ନିଶ୍ଚିତ କରାଯାଇ I ସିଏଚସି ଗୁଡିକୁ 100 ଶଯ୍ୟା ବିଶିଷ୍ଟ କରାଯାଇ ସମସ୍ତ ବିଭାଗରେ ଡାକ୍ତର ନିଯୁକ୍ତି ଦିଆଯାଇ । ଫଳରେ ବଡ଼ ଜାଲରଖାନା ଗୁଡିକ ଉପରେ ଚାପ କମିବ। ହାତ ପାଆନ୍ତାରେ ସ୍ବାସ୍ଥ୍ୟ ସେବା ମିଳିବ । ସେହିପରି ପ୍ରାଥମିକ ଚିକିତ୍ସା କେନ୍ଦ୍ର / ପ୍ରଧାନମନ୍ତ୍ରୀ ଆରୋଗ୍ୟ ମନ୍ଦିର ଗୁଡିକୁ ମଧ୍ୟ 10 ଶଯ୍ୟା ବିଶିଷ୍ଟ କରାଯାଇ ସେବା ବ୍ୟବସ୍ଥା କରାଯାଉ । ଅଞ୍ଚଳର ବିକାଶ ପାଇଁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଅପରିହାର୍ଯ୍ୟ । କରଞ୍ଜିଆ ଦେଇ ଯାଇଥିବା ରାଞ୍ଚି -ବିଜୟୱାଳା କରିଚର କୁ ଭଦ୍ରକ ଓ ଠାକୁରମୁଣ୍ଡା ଦେଇ ବାଲେଶ୍ବର ସହିତ ସଂଯୋଗ କରାଯାଉ । ରେଳ ଯୋଗାଯୋଗ କ୍ଷେତ୍ରରେ କରଞ୍ଜିଆ ବାଦ ପରିଛି। ପ୍ରସ୍ତାବିତ ବାଦାମପାହାଡ଼ କେନ୍ଦୁଝର ରେଳପ‌ଥକୁ ସଙ୍ଗଡ଼ା ଠାରୁ କରଞ୍ଜିଆ ଠାରୁ ଠାକୁରମୁଣ୍ଡା – ଶରତ ଦେଇ ବାଲେଶ୍ବର ଏବଂ ଠାକୁରମୁଣ୍ଡା – ଆନନ୍ଦପୁର ଦେଇ ଯାଜପୁର କିମ୍ବା ଭଦ୍ରକ ସହିତ ସଂଯୋଗ କରାଯାଇ । ରେଳପଥ ଉତ୍ନଟି ବିଜା ଆଞ୍ଚଳିକ ବିକାଶ ଅଧୁରା ହୋଇ ରହିଯିବ ।
ଆମ ଅଞ୍ଚଳ କୃଷି ପ୍ରଧାନ । ମାତ୍ର ଚାଷ ଇନ୍ଦ୍ରଙ୍କ ଭରସାରେ । ଚାଷ ଜମିକୁ ଇଠାଜଳସେଚନ ଓ ମାଗଣା ସୋଲାର ବ୍ୟବସ୍ଥା ଯୋଗାଇ ଦେଇ ସବୁଦିନିଆ ରୋଜଗାର ବ୍ୟବସ୍ଥା କରାଯାଇ । କେବଳ ବିଷାନ ନିଧ ଚାଷରେ ଉନ୍ନତି ଆଣିପାରିବ ନାହିଁ । ଅଧୁକରୁ ମନରେଗାରେ ଚାଷ ପାଇଁ ସରକାରୀ ମଜୁରୀ ବ୍ୟବସ୍ଥା ଲାଗୁ ହେଲେ ବାଦନ ବ୍ୟବସ୍ଥା ଉଚ୍ଛେଦ ହେବା ସହ ବୃଷ ଓ ଆଞ୍ଚଳିକ
ଆମ ଅଞ୍ଚଳ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏଠାରେ ଶିଳ୍ପ ବିକାଶ ସମ୍ଭବ ନୁହେଁ । ବରଂ ଜଙ୍ଗଲ ଜାଳ ପଦାର୍ଥକୁ କିପରି ମୂଲ୍ୟଯୁକ୍ତ କରାଯାଇ କୁଟୀର ଶିଳ୍ପକୁ ପ୍ରୋସାହିତ କରାଯାଇପାରିବ ସେ ନେଇ ସ୍ବତନ୍ତ୍ର ନୀତି ଅଣାଯାଉ। ଫଳରେ ଜଙ୍ଗଲଜାତ କୁଟୀର ଶିଳ୍ପ ବିକାଶ ଘଟି ଆଞ୍ଚଳିକ ବୈଷମ୍ୟ ଦୂର କରିବା ସହିତ ଭୋଜଗାର ବୃଦ୍ଧିକୁ ନିଶ୍ଚିତ କରିବ ।ସରକାରୀ ଜମି, ଜଙ୍ଗଲ ଜମି ଦଖଲମୁକ୍ତ କରାଯାଇ ଲ୍ୟାଣ୍ଡ ବ୍ୟାକ ପ୍ରତିଷ୍ଠା କରି ସରକାରୀ ବେସରକାରୀ ଉଦ୍ୟୋଗ ଖୋଲିବା ପାଇଁ ପ୍ରୋତ୍ସାହିତ କରାଯାଉ ।
ଏଭଳି ଦାବୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ