ମୁଖ୍ୟମନ୍ତ୍ରୀଙ୍କୁ କୁଡୁମି ସେନା ପ୍ରତିନିଧି ମଣ୍ଡଳର ୬ ଦଫା ଦାବୀ ପତ୍ର ପ୍ରଦାନ

କରଞ୍ଜିଆ, ( ଜିତେନ୍ଦ୍ର ରାଜ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ ଦିନିଆ ମୟୁରଭଞ୍ଜ ଗସ୍ତ ଅବସରରେ ଯଶିପୁର ରାମତୀର୍ଥ ଠାରେ ଓଡିଶା କୁଡୁମି ସେନା ସଭାପତି ଦିବ୍ୟସିଂ ମହାନ୍ତଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ ଭେଟି କୁଡୁମି ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବୀ ସହିତ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, କୁଡୁମୀ ଜାତିକୁ ପୁନଃ ଏସ୍.ଟି ସୂଚୀରେ ସାମିଲ କରିବା, କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ କୁଡୁମାଲୀ ଲିପିକୁ ସ୍ବୀକୃତି ଦେବା । ମୟୂରଭଞ୍ଜ ଓ କେନ୍ଦୁଝରରେ ଥିବା ୟୁନିଭରସିଟିରେ କୁଡୁମାଲୀ ବିଭାଗ ଖୋଲିବା । ଶିକ୍ଷା, ଚାକିରୀ ଓ ରାଜନୀତି କ୍ଷେତ୍ରରେ ସ୍ଵତନ୍ତ୍ର ସୁବିଧା ପ୍ରଦାନ କରିବା । କୁଡୁମୀ ଜାତିର ସାମୁହିକ ଉନ୍ନତି ପାଇଁ “କୁଡ଼ମୀ ବିକାଶ ପରିଷଦ” ଯଥାଶିଘ୍ର ଗଠନ କରାଯାଉ, କରମ ଏକାଦଶୀ ପୂଜା ଦିନ ଟିକୁ ପଶ୍ଚିମ ବଙ୍ଗ ଭଳି ଓଡିଶାରେ ଛୁଟି ଘୋଷଣା କରାଯାଉ । ଆଲୋଚନା ସମୟ ରେ କୁଡୁମି ଜାତି ୧୯୫୦ ମସିହା ସେପ୍ଟେମ୍ବର ୦୬ ତାରିଖ ପର୍ଯ୍ୟନ୍ତ ଜନଜାତି ସୂଚୀ ରେ ସାମିଲ ଥିଲା କିନ୍ତୁ ସେତେବେଳ ର ସରକାର ବିନା କାରଣ ରେ ବିନା ନୋଟିଫିକେଶନ୍ ରେ କୁଡୁମି ଜାତି କୁ ଜନଜାତି ଶ୍ରେଣୀ ସୂଚୀ ରୁ ବାଦ୍ ଦେଇଛନ୍ତି । ସେଇ ଦିନ ପାଖରୁ ଦୀର୍ଘ ୭୪ ବର୍ଷ ହୋଇଗଲା କୁଡୁମୀ ଜାତି ତାର ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ଆସୁଅଛି । ଶିକ୍ଷା କ୍ଷେତ୍ର ହେଉ କି ଚାକିରି କ୍ଷେତ୍ର ହେଉ କି ରାଜନୈତିକ କ୍ଷେତ୍ର ହେଉ କି ସାମାଜିକ କ୍ଷେତ୍ର ହେଉ ପ୍ରତ୍ୟେକ କ୍ଷେତ୍ର ରେ କୁଡୁମି ଜାତିର ଲୋକେ ଶୋଷିତ ହୋଇ ଆସୁଅଛନ୍ତି। ଗତ ୨୪ ବର୍ଷ ହେଲା ଶାସନ କରୁଥିବା ବିଜେଡି ସରକାର ମଧ୍ୟ ବିଭିନ୍ନ ସମୟ ରେ କୁଡୁମି ଜାତି କୁ ପୁନଃ ଆଦିବାସୀ ତାଲିକା ରେ ସାମିଲ କରିବାକୁ ବହୁତ୍ ପ୍ରତିଶୃତି ଦେଇଥିଲେ କିନ୍ତୁ ତାଙ୍କର ସବୁ ପ୍ରତିଶୃତି ପାଣିର ଗାର ହୋଇଗଲା ।
ପ୍ରିୟ ମୂଖ୍ୟମନ୍ତ୍ରୀ ମହୋଦୟ କୁଡୁମୀ ବହୁଳ ଜିଲ୍ଲା ରୁ ପ୍ରତିନିଧୁତ୍ବ କରୁଛନ୍ତି ଏବଂ ଆପଣ ଆମ କୁଡୁମୀ ସମାଜ ସହ ଅଙ୍ଗାଅଙ୍ଗି ଭାବେ ଯଡ଼ିତ ଆଉ କୁଡୁମି ର ଭାବାବେଗ ସହ ପ୍ରଥମ ରୁ ରହି ଆସୁଛନ୍ତି ଆପଣ । ଆମର ଦୃଢ଼ ବିଶ୍ବାସ ଓ ଭରସା ରହିଛି ଆପଣଙ୍କ ଉପରେ ଆଉ ଆପଣଙ୍କ ସରକାର ଉପରେ ଆପଣ ନିଶ୍ଚିତ ଭାବେ ଏଥର କୁଡୁମୀ ଜାତିର ଭାଗ୍ୟ ନିର୍ଧାରଣ କରିବେ । ଆମର ପୁଣି ଥରେ କେମିତି କୁଡ଼ୁମି ଜାତି ତାର ମୌଳିକ ଅଧିକାର ଫେରି ପାଇବ ସେହି ବାବଦରେ ପ୍ରତିନିଧି ମଣ୍ଡଳୀ ରେ ସାମିଲ ନେତୃମଣ୍ଡଳୀ ଦୃଢ ଦାବି ଉପସ୍ଥାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କୁଡୁମି ସେନା ପ୍ରତିନିଧି ମଣ୍ଡଳ ନିକଟରୁ ଦାବିପତ୍ର ଗ୍ରହଣ ପରେ କୁଡୁମିସେନା ପ୍ରତିନିଧି ଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କି ଖୁବଶୀଘ୍ର ଭୁବନେଶ୍ୱର ଠାରେ ଓଡ଼ିଶା କୁଡୁମୀ ସେନା ପ୍ରତିନିଧି ମାନଙ୍କର ସହ ଏକ ବୈଠକ ଅନୁଷ୍ଠିତ ହେବ ।କୁଡୁମି ସେନାର ଦାବିକୁ ବିଚାର କୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ଓଡିଶା କୁଡୁମି ସେନା ର ସଭାପତି ଦିବ୍ୟସିଂ ମହାନ୍ତ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ , ଓଡ଼ିଶା କୁଡୁମୀ ସେନା ରାଜ୍ୟ ଉପଦେଷ୍ଟା ଅଶୋକ କୁମାର ମହାନ୍ତ,ଧରଣୀ ଧର ମହାନ୍ତ, ବିପିନ୍ ବିହାରୀ ମହାନ୍ତ,ଭୁବନ ମହାନ୍ତ ଲକ୍ଷ୍ମୀ ନାରାୟଣ ମହାନ୍ତ, ହିରାଲାଲ ମହାନ୍ତ ଏବଂ ଆଇନ ପରାମର୍ଶ ଦାତା ଜଗମୋହନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ