ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରନେତା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଜୁ ଛାତ୍ରଜନତା ଦଳର ସାଂଗଠନିକ ପରିବର୍ତ୍ତନ ଘଟିଛି । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ବିଜେବି କଲେଜର ପୂର୍ବତନ ଛାତ୍ର ସଭାପତି ତଥା ଭୁବନେଶ୍ୱର ଜୋନ୍ ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ଅଜିତ ବେହେରାଙ୍କୁ ରାଜ୍ୟ ବରିଷ୍ଠ ଛାତ୍ର ଉପସଭାପତି ଭାବେ ଦାୟିତ୍ୱ ମିଳିଛି । ଏଥିପାଇଁ ଅଜିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


