ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାମାନଙ୍କର ଉନ୍ନତି ନିମନ୍ତେ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଉନ୍ନୟନମୂଳକ କାମର ମୁଖ୍ୟସ୍ରୋତରେ ସାମିଲ କରିବା ସଙ୍ଗେ ସଙ୍ଗେ ଅନେକ ଗୁଡ଼ିଏ ଯୋଜନା କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ବିଶେଷକରି ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ୫୦ ଲକ୍ଷରୁ ଅଧିକ ମହିଳା ଓ ଛାତ୍ରଛାତ୍ରୀମାନଙ୍କର ପୁଷ୍ଟିହୀନତା ଦୂର କରିବା, ମାଗଣାରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖିବା ଓ ସେମାନଙ୍କୁ ପୁଷ୍ଟିପୂରକ ଖାଦ୍ୟ ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ମାଗଣରେ ପଢାଇବା ବ୍ୟବସ୍ଥା କରିଛନ୍ତି । ଯେଉଁ ଛାତ୍ରୀମାନଙ୍କୁ ଛାତ୍ରୀନିବାସରେ ରଖାଯାଇଛି ସେମାନଙ୍କର ଯତ୍ନ ନେବା ଓ ଦେଖାଶୁଣା କରିବା ପାଇଁ ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏଁ ମହିଳାଙ୍କୁ ମେଟ୍ରୋନ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ଦାବି ପ୍ରତି ସହାନୁଭୂତିର ସହିତ ବିଚାର କରି ମାସିକ ବେତନ ୧୫ ହଜାରକୁ ବୃଦ୍ଧି କରିବା, ଅବସରକାଳୀନ ସୁବିଧା୧ ଲକ୍ଷ ଟଙ୍କା ଓ କର୍ମରତ ମେଟ୍ରୋନ ମୃତ୍ୟୁବରଣ କଲେ ତାଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସେଥିପାଇଁ ସାରା ରାଜ୍ୟ ଓଡ଼ିଶା ଲେଡ଼ି ମେଟ୍ରୋନ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଭାପତି ଝରଣା ମହାନ୍ତ, ଯୁଗ୍ମ ସମ୍ପାଦିକା ପୁଷ୍ପଲତା ମହାନ୍ତ, କାର୍ଯ୍ୟକାରୀ ସଭାପତି ନାଗିଆ ଓରାମ, ସୁଷମା ମହାନ୍ତ, କୁମୁଦିନୀ ସାହୁ ଏବଂ ଅନ୍ୟ ଜିଲ୍ଲାରୁ ଆସିଥିବା ଉପସ୍ଥିତ ମେଟ୍ରୋନମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ ତା ୨୩.୦୬.୨୦୨୨ରିଖ, ୦୯.୦୪.୨୦୨୩ ଓ ୨୮.୦୪.୨୦୨୩ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ୨୭.୧୨.୨୦୨୨, ୦୯.୦୪.୨୦୨୩, ୨୮.୦୪.୨୦୨୩ ରିଖରେ ଚିଠି ଦ୍ୱାରା ଜଣାଇବା ଓ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା କରିଥିଲେ । ଏଥିପାଇଁ ସମନ୍ୱୟ ସମିତିର ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ପୂର୍ବତନ ସମ୍ପାଦକ କ୍ଷେତ୍ରମୋହନ ଦାସ, ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, କାହ୍ନୁ ଚରଣ ମଲ୍ଲିକ, ଅଶ୍ଲିଳ କୁମାର ବ୍ରହ୍ମ, ଅଶୋକ କୁମାର ମୁଦୁଲି ଆଦି ନେତୃତ୍ୱ ବିଗତ ଦିନରେ ଆମକୁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ଆନ୍ଦୋଳନରେ ସହଯୋଗ କରିଥିବାରୁ ଆମ ସଂଘ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଏଣୁ ରାଜ୍ୟ ସରକାର ଆମର ପୂରଣ ହୋଇନଥିବା ଦାବିଗୁଡ଼ିକ ଯଥା : ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କାର୍ଯ୍ୟ କରିବା, ହଷ୍ଟେଲ ପରିଚାଳନା ମେଟ୍ରୋନମାନଙ୍କୁ ଦେବା, ବିନା ଭଡ଼ାରେ ହେଷ୍ଟଲ ପରିସର ମଧ୍ୟରେ ବାସଗୃହ ଯୋଗାଇଦେବା, ସମସ୍ତଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ପ୍ରତି ମାସରେ ଇ.ପି.ଏଫ କାଟିବା, ସଂଘ ନିମନ୍ତେ ପ୍ରତି ଜିଲ୍ଲାରେ ଗୋଟିଏ ଗୃହ ଯୋଗାଇ ଦେବା, ମହିଳା ମେଟ୍ରୋନମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନରେ ସାମିଲ୍ କରିବା ପାଇଁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ