ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର । ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ । ବର୍ଷକୁ ଥରେ ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପବିତ୍ର ବଡଦାଣ୍ଡକୁ ଆମିଷମୁକ୍ତ, ସେଠାରେ ମଦ ବିକ୍ରିକୁ ସମ୍ପୃର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ । ଚିଠିରେ ଲେଖିଛନ୍ତି ଯେ ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଂଟରେ ମଦ, ଆମିଷ ବିକ୍ରି କରାଯାଉଛି । ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡଦାଣ୍ଡରେ ବିଶୃଙ୍ଖଳା କରୁଥିବାର ନଜିର ଅଛି । ଏହା ହେବାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ଆଗରୁ ଅନେକ ସାଧୁ ସନ୍ଥ ମାନେ ଏହି ଦାବି ଉଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ