ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ଲାଭ ପାଇଲେନି ହିତାଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ):ସରକାର ଏବେ ୯ଲକ୍ଷରୁ ଉର୍ଦ୍ଧ ଅ୍ରାବାସ ଯୋଜନା ଘର ଯୋଗାଇ ଦେବାପାଇଁ ଘୋଷଣା କରିବାପରେ ସବୁଆଡେ ଏହି ଯୋଜନାକୁ କେନ୍ଦ୍ରକରି ଅସନ୍ତୋଷ କୁହୁଳିବାରେ ଲାଗିଛି । ବାସ୍ତବରେ ଆବାସ ଯୋଜନା କେତେଦୁର କାର୍ଯ୍ୟକାରୀ ହୁଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ । ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେଇଥିବାବେଳେ , ଯୋଜନା ର ସଫଳ ରୁପାୟନ କରିବାପାଇଁ ନିଯୁକ୍ତି ଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଗରିବ ହିତାଧିକାରୀ ମାନେ ଏହାର ଶୀକାର ହେଉଥିବା ଦେଖିବାକୁ ମିଳିଛି । ଶାଳଣିଆଁ ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କୁ ଘର କରିବାପାଇଁ କାର୍ଯ୍ୟାଦେଶ ଦେବାସହ ତାଙ୍କ ଏକାଉଣ୍ଟକୁ ଟଙ୍କା ଦେବା ବଦଳରେ ଆଉ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଟଙ୍କା ଦେଇଦେବା ଘଟଣାରେ ବିଚରା ହିତାଧିକାରୀ ଜଣକ ୬ବର୍ଷ ହେଲା ବ୍ଲକକୁ ଦୌଡୁଥିଲେବି କେହି ତାଙ୍କ ଦୁଖଃ ଶୁଣୁ ନାହାନ୍ତି । ଏପରିକି ଏ ବାବଦରେ ଗତ ବର୍ଷ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ କର୍ତ୍ତୁପକ୍ଷ ଏହାର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ପ୍ରତିଶୃତି ଦେଇଥିଲେବି ବର୍ଷେ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । ଏପରିକି ଏନେଇ ମହିଳା ଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ରାଳୟକୁ ଚିଠିଲେଖି ଗୁହାରୀ କରିଥିଲେବି କୌଣସି ଫଳପ୍ରଦ ହୋଇନାହିଁଁ । ବିଚରା ହିତାଧିକାରୀ ଜଣକ ଏକ ଭଙ୍ଗା ଚାଳଘରେ ଛୁଆପିଲାଙ୍କୁ ଧରି ଦିନ କାଟୁଛନ୍ତି । ଥରେ ଆବାସ ଯୋଜନା ଘର ଅନୁମୋଦନ ହୋଇଥିଲେ ଆଉ ମିଳିବ ନାହିଁ ବୋଲି ଶୁଣିବାପରେ ହିତାଧିକାରୀ ଜଣକ ବିଚଳିତ ହୋଇପଡିଛନ୍ତି । ବ୍ଲକ କର୍ମଚାରୀ ଭୁଲ କଲେ ସେ କାହିଁକି ଦଣ୍ଡ ଭୋଗିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ କଣ ବ୍ୟବସ୍ଥା କରୁଛନ୍ତି ;ବୋଲି ପ୍ରଶ୍ନ କରିବା ସହିତ ଆଗାମି ଦିନରେ ବ୍ଲକ କାର୍ଯ୍ୟାଳ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି । ଯାହାକି ସରକାରଙ୍କ ଏହି ଯୋଜନା ପ୍ରତି ଏକ ଉପହାସ ସଦୃଶ ହୋଇଛି ।  ଅଭିଯୋଗରୁ ଜଣାଯାଇଛି ଯେ ଶାଳଣିଆଁ ଗ୍ରାମର ଅଭିମନୁ୍ୟ ଯେନା ପିତା- ବାଇଧର ଜେନା ଜଣେ ମାନସିକ ଅନଗ୍ରସର ବ୍ୟକ୍ତି । ଘରେ ନିଜ ସ୍ତ୍ରୀ ଓ ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଏକ ଭଙ୍ଗା ଚାଳଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଗତ ୨୦୧୬/୧୭ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା । ଏଥିପାଇଁ ୨୪/୦୫/୨୦୧୭ରେ ତାଙ୍କ ଏକାଉଣ୍ଟକୁ ୨୦ହଜାର ଟଙ୍କା ପଠାଗଲା ବୋଲି ବ୍ଲକ ପକ୍ଷରୁ କୁହାଗଲା । ତତ୍କାଳୀନ ପିଇଓ ଏବଂ ଜିଆରଏସ ତାଙ୍କ ଘରକୁଯାଇ ତୁରନ୍ତ ଆବାସ ଯୋଜନା ଘର ଆରମ୍ଭ କର ବୋଲି କହିଥିଲେ । କିନ୍ତୁ ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଇନଥିବା ନେଇ ଆପତ୍ତି ଅଭିଯୋଗ କରିବାସହ ବ୍ୟାଙ୍କ ଜମାଖାତା ମଧ୍ୟ ଦେଖାଇଥିଲେ । କିନ୍ତୁ ପିଇଓ ଓ ବ୍ଲକର ଅନ୍ୟ କିଛି ଅଧିକାରୀ ଦୁଇତିନି ଥର ତାଙ୍କ ଘରକୁ ଆସି ଟଙ୍କା ତୁମ ଏକାଉଣ୍ଟକୁ ଯାଇଛି, ଯଦି ଘର ନକରିବ ତୁମ ରେସନକାର୍ଡ କଟିଯିବ ବୋଲି କହି ତାଙ୍କୁ ଘର କରିବାକୁ ବାଧ୍ୟ କରିଥିଲେ । ଅଭିମନୁ୍ୟଙ୍କ ପତ୍ନୀ ଏ ନେଇ ବ୍ୟାଙ୍କକୁ ଅନେକଥର ଯାଇ ପାସବହି ଅପଡେଟ କରିଥିଲେବି ଟଙ୍କା ଆସିନଥିବା ନେଇ ବ୍ଲକ କାର୍ଯ୍ୟାଳୟକୁ ଯାଇ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣି ନଥିଲେ । ସେ ଆବେଦନ ସମୟରେ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କ ଜମା ବହିର ଏକାଉଣ୍ଟ ନମ୍ବର, ଜମାବହିର ନକଲ ଆଦି ଦେଇଥିଲେ ମଧ୍ୟ ଅନୁଦାନ ଟଙ୍କା ତାଙ୍କ ଏକାଉଣ୍ଟ ବଦଳରେ ଭିନ୍ନ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଜମାଖାତାକୁ ଯାଇଥିବା ଜାଣିବାକୁ ପାଇଥିଲେ । କିପରି ସେହି ଟଙ୍କା ଫେରସ୍ତ ଅଣାଯାଇ ତାଙ୍କୁ ଦିଆଯିବ ଓ ସେ ଘର କାମ ଆରମ୍ଭ କରିବେ ସେନେଇ ଅଭିମନୁ୍ୟଙ୍କ ପତ୍ନୀ ପୁର୍ଣ୍ଣିମା ଯେନା ୬ବର୍ଷ ହେଲା ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି ଅଧିକାରୀ କିମ୍ବା ଏହି ବିଭାଗର କର୍ମଚାରୀ ଆଉ ଧରାଛୁଆଁ ଦେଉ ନାହାନ୍ତି । ବିଚରା ଅଭିମନୁ୍ୟ ଓ ତାଙ୍କ ପତ୍ନୀ ଦୁଇଛୋଟ ପୁଅଙ୍କୁ ଧରି ଏକ ଭଙ୍ଗା ଚାଳଘରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏପରିକି ବନ୍ୟା ବାତ୍ୟା ଆସିଲେ ପ୍ରଶାସନ ତାଙ୍କୁ ନିକଟସ୍ଥ ସ୍କୁଲ କିମ୍ବା ଆଶ୍ରୟସ୍ଥଳୀକୁ ନେଇ ଶାନ୍ତ୍ୱନା ଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି । ଖାଲି ଏହି ଗୋଟିଏ ଦୁଇଟି ପରିବାର ନୁହନ୍ତି ବ୍ଲକର କିଛି ଅଯୋଗ୍ୟ କର୍ମଚାରୀଙ୍କ ଖାମଖିଆଲି ନୀତି ପାଇଁ ବିଭିନ୍ନ ପଞ୍ଚାୟତରେ ଶହଶହ ପରିବାର ଏହିପରି ଅସୁବିଧା ଭୋଗୁଥିବା ଜଣାଯାଇଛି । ବ୍ଳକ କର୍ତ୍ତୁପକ୍ଷ ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ