ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ଓ ସ୍କୁଲ ଛାତ୍ରୀଙ୍କ ଉପରେ ଯୌନ ଶୋଷଣ ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା. ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତ ପ୍ରଭାରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆଜି ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଜିଲ୍ଲା ମହକୁମା ବାରିପଦାରେ ଶକ୍ତି ପ୍ରଦର୍ଶନ କରିଛି. ଜିଲ୍ଲାର ସମସ୍ତ ପୁରୁଖା ନେତା, ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନର ନେତା ମାନେ ଆଜି ଏକାଠି ହୋଇ ବିଜେପି ସରକାର ବିରୁଦ୍ଧରେ ଶାଣିତ ସ୍ୱର ଉଠାଇଥିଲେ. ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ପ୍ରଭାରୀ ସୁଦର୍ଶନ ଦାସ ଙ୍କ ସମେତ ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରୀୟା, ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ, ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପତ୍ର, କ୍ଷୀରୋଦ ପାତ୍ର, ଲମ୍ବୋଦର ସିଂ, ପ୍ରମୋଦ ହେମ୍ବ୍ରମ, ମୁରଲୀ ନାୟକ, ଗୌରୀ ନାୟକ, ଯୋଗେଶ ଅଗ୍ରୱାଲ, ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ, ଶାନ୍ତନୁ ପାଲ ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶାରେ ୮ ମାସର ବିଜେପି ଶାସନ ସମୟରେ ୧୬୦୦ ନାରୀ ତଥା ସ୍କୁଲ ଛାତ୍ରୀଙ୍କ ଉପରେ ନିର୍ଯ୍ୟାତନା ଘଟଣା ଓଡ଼ିଶା ବାସୀଙ୍କୁ ଲଜ୍ଜିତ କରିଛି ବୋଲି କହିଥିଲେ. ନାରୀ ମାନଙ୍କ ଉପରେ ହିଂସା, ଧର୍ଷଣ, ପାଶବିକ ଅତ୍ୟାଚାର ଇତ୍ୟାଦି ଘଟଣା ଓଡ଼ିଶାବାସୀଙ୍କୁ ବ୍ୟଥିତ କରୁଛି ଏବଂ ଏହା ବିରୁଦ୍ଧରେ ତଥା ନାରୀ ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ରାଜ୍ୟ ତମାମ ଆନ୍ଦୋଳନକୁ ଓହ୍ଲାଇଛି ବୋଲି କହିଥିଲେ. ଯେଉଁ ଜିଲ୍ଲାରୁ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହୋଇଛନ୍ତି ସେହି ଜିଲ୍ଲାରେ ମଧ୍ୟ ସ୍କୁଲ ଛାତ୍ରୀ ଯୌନ ଶୋଷଣର ଶିକାର ହେଉଛନ୍ତି. ରାଜ୍ୟରେ ସବୁ ଜିଲ୍ଲା ମାନଙ୍କରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଛି. ଏଣୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରେ ଫେଲ ମାରିଥିବା ମୂଖ୍ୟମନ୍ତ୍ରୀଙ୍କ ପାଖରୁ କଂଗ୍ରେସ ଜବାବ ମାଗିଛି. ଏହି ଅବସରରେ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା. ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଆସି ଦାବିପତ୍ର ଗ୍ରହଣ କରିଥିଲେ. ତେବେ ଭକ୍ତ ଦାସ ପିସିସି ସଭାପତି ହେବାପରେ ମୟୂରଭଞ୍ଜରେ କଂଗ୍ରେସ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇ ଥିବାରୁ କଂଗ୍ରେସ କର୍ମୀ ମାନେ ବେଶ ଉତ୍ସାହିତ ଥିବାର ଲକ୍ଷ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ଉପାଧ୍ୟକ୍ଷ ଜବା ଟୁଡୁ, ସମ୍ପାଦକ ମୀନକେତନ ବେହେରା, କିଶାନ କଂଗ୍ରେସ ର ଦୀପକ ଦାଶ, ଚୈତନ୍ୟ ହାଁସଦା, ଚନ୍ଦନ ସିଂ, ବଦଳ ସିଂ, ତୁଷାର ବେହେରା, ନିର୍ମଳପ୍ରଧାନ, ଶିବାନନ୍ଦ ଦାସ, ପ୍ରଦୀପ ଦାସ, ବିକ୍ରମ ବର୍ମା, ଛୋଟୁରାମ ବିନ୍ଧାଣି, ଗୌରୀ ନାୟକ, ରଶ୍ମିତା ମିଶ୍ର, ଇତିଶ୍ରୀ ମିଶ୍ର, ରବି ନାରାୟଣ ପରିଡା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ, ଟାଉନ କଂଗ୍ରେସର ପୂର୍ବତନ ସଭାପତି ଶାନ୍ତନୁ ପାଲ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ