ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସଭା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ରାଜ୍ୟରେ କ୍ଷମତାକୁ ଆସିବା ପରେ ନିଜ ନିର୍ବାଚନୀ ଘୋଷଣାକୁ କାର୍ଯ୍ୟକାରୀ କରିବା ସହିତ ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ଓଡ଼ିଶାର କୃଷକଙ୍କୁ ଆର୍ଥିକ ସ୍ତରରେ ମଜବୁତ କରିଥିବା ଓ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିଥିବାରୁ ସାରାରାଜ୍ୟ ରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟ ରେ ଧନ୍ୟବାଦ ସଭା ଆୟୋଜିତ ହେଉଛି, ଏହି ଅବସରରେ ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଧନ୍ୟବାଦ ସଭା ଆୟୋଜିତ ହେବ ଆଜି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ କରଞ୍ଜିଆ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ମହାନ୍ତଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ପୂର୍ବତନ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ବରିଷ୍ଠ ନେତା ନବକିଶୋର ପଣ୍ଡା, ମହେଶ୍ୱର ସାହା, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ,ତାଟୋ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ, କରଞ୍ଜିଆ ନଗର ମଣ୍ଡଳ ସଭାପତି ସମ୍ବିଧାନ ମହାପାତ୍ର, କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ସରୋଜ ରାଉଳ, ଦେବେନ୍ଦ୍ର ମହାନ୍ତ, ଲୁନା ମିଶ୍ର,ବିମଳ ସେନାପତି, ମୁରଲୀଧର ବାରିକ, ମନୋଜ ମହାନ୍ତ,ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପଲେଇ,ପରେଶ ଦାସ,ସଂଯୋଜିକା ପୁଷ୍ପାଞ୍ଜଳି ସିଧୁ, ଲକ୍ଷ୍ମୀ ଝା,କବିତା ଗିରି ପ୍ରମୁଖ ଙ୍କ ସମେତ ଅନେକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ଆସନ୍ତା ୧୫ ତାରିଖ ହେବାକୁ ଥିବା କାର୍ଯ୍ୟକ୍ରମ ରେ ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲାର ବାମନଘାଟି ଓ ପଞ୍ଚାପିଢ ଉପଖଣ୍ଡ ର ୨ ହଜାର ରୁ ଉର୍ଦ୍ଧ ଚାଷୀ ଯୋଗଦେବେ ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମଦନ ମୋହନ ମହାନ୍ତ ସୂଚନା ଦେଇଛନ୍ତି.