ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏସୟୁସିଆଇ ପକ୍ଷରୁ ଦାବି ପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ୧୨ ଦଫା ଦାବି ପୁରଣ ନେଇ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୫ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକଡ଼ାଉନ ରହିଥିଲା । ଯଦ୍ୱାରା ବହୁ ପରିବାର ନିଜର ଜୀବନ ଜୀବିକା ହରାଇ ବସିଛନ୍ତି । ଏଥି ସହ ରାଜ୍ୟର ବହୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଆର୍ଥୀକ ସହଯୋଗ କରିବା ପରିବର୍ତେ ଜନ ବିରୋଧୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଏସୟୁସିଆଇ ପକ୍ଷରୁ ଅଭିଯୋଗ କରାଯାଇଛି । ବର୍ଦ୍ଧିିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର, କରୋନା ସଂକ୍ରମିତଙ୍କ ଚିକିତ୍ସା ଦାୟିତ୍ୱ ସରକାର ବହନ କରିବା, ପ୍ରବାସୀ ଶ୍ରମିକଙ୍କୁ ବର୍ଷ ତମାମ ମନରେଗା ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ ସହ ଦୈନିକ ୬ଶହ ଟଙ୍କା ମଜୁରୀ ପ୍ରଦାନ, ଅଭାବୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ, ସାରର କଳାବଜାରୀ ବନ୍ଦ କରିବା, ଚାଷୀ ମାନଙ୍କୁ କୃଷି ଋଣ ଛାଡ଼, ବନ୍ୟାରେ ଭାଙ୍ଗି ଯାଇଥିବା ଘର ନିର୍ମାଣ ସକାଶେ ଅର୍ଥ ପ୍ରଦାନ ନକରି ୨ ପ୍ରକୋଷ୍ଠ ବିଶିଷ୍ଟ ଗୃହ ପ୍ରଦାନ, ଜାତୀୟ ଶିକ୍ଷାନିତି ୨୦୨୦କୁ ବାତିଲ, ନିଯୁକ୍ତି କ୍ଷେତ୍ରରେ ସରକାରୀ କଟକଣାକୁ ବାତିଲ ଓ ମାଦକ ଦ୍ରବ୍ୟର ପ୍ରସାର ଓ ପ୍ରଚାରକୁ ନିଷିଦ୍ଧ ଓ ବିକ୍ରି ବନ୍ଦ, ଦରବୃଦ୍ଧି ରୋକିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ମୁଲ୍ୟରେ ପ୍ରଦାନ ଭଳି ୧୨ ଦଫା ପୁରଣ କରିବା ସକାଶେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏସୟୁସିଆଇ ହିଞ୍ଜିଳିକାଟୁ କମିଟି ପକ୍ଷରୁ ପ୍ଳା- କାର୍ଡ଼ ଧରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏସୟୁସିଆଇ ଆଂଚଳିକ କମିଟି ସମ୍ପାଦକ ନିମାଇଁଚରଣ ସାହୁଙ୍କ ସମେତ ଡ଼ି. ତିରୁପତି ଦେରା, ନାରାୟଣ ସାହୁ, ବିଭୁତିଭୂଷଣ ସାହୁ, କାମରାଜୁ ସାହୁ, ସୌମ୍ୟରଂଜନ ଗୌଡ଼, ସନ୍ତୋଷ ପଣ୍ଡା, ଅନିଲ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ