ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଗୁଡା ବିଇଓଙ୍କ ଜରୀଆରେ ତିନି ଦଫା ଦାବିପତ୍ର ଅଗଷ୍ଟ ୫ ତାରିଖ ଦିନ ପ୍ରଦାନ କରାଯାଇଛି। ଦାବି ପୂରଣ ନକଲେ ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ସବୁ ବର୍ଗର ଶିକ୍ଷକ ସମାଜ ସାମୁହିକ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି ଗତ ୨୦୨୨ ନଭେମ୍ବର ୨୭ ତାରିଖରେ ରାଜ୍ୟର ପ୍ରାଥମିକ ଶିକ୍ଷକ ବୃନ୍ଦ ଦାବୀ ହାସଲ ନିମନ୍ତେ ଆନ୍ଦୋଳନ କରିଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସି ଏସ ତା ୩୦/୧୧/୨୦୨୨ ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଠ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ଦାବି ଏପର୍ଯ୍ୟନ୍ତ ପୂରଣ କରାଯାଇ ନାହିଁ। ଦାବୀ ସମୂହ ହେଲା,୧- ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା। ୨- ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରିବା। ୩- ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା। ଏହି ଦାବୀର ଏକକିତା ନକଲ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ମାନନୀୟ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ମାନନୀୟା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ପ୍ରଦାନ କରାଯାଇଥିବା ଶିକ୍ଷକ ବୃନ୍ଦ ପ୍ରକାଶ କରିଛନ୍ତି। ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖ ଠାରୁ ଏଲିମେଣ୍ଟାରୀ ବିଭାଗର ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ ରହିବେ ବୋଲି ଦାବି ପତ୍ରରେ ଦର୍ଶାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ