ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜୁ ଦଳ ପକ୍ଷରୁ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଦିନିଆ ବର୍ଷାର ପ୍ରକୋପ ରେ ଗଞ୍ଜାମ ଜିଲ୍ଲାର ୨୨ବ୍ଲକ ର ପାଖା ପାଖି ୩, ୩୧, ୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗ ର କୃଷକ ପ୍ରଭାବିତ ହୋଇଛନ୍ତି, ଚାଷୀ ମାନଙ୍କ ଫସଲ ନଷ୍ଟ ହୋଇଛି, ଏନେଇ ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ପକ୍ଷରୁ କ୍ଷତି ପୂରଣ ଓ ବିଭିନ୍ନ ଦାବୀ ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଜେଡ଼ିର ପୂର୍ବତନ ବିଧାୟକ ଓ ବିଧାୟିକା ଏବଂ ନେତୃ ବୃନ୍ଦ ମାନେ । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନେତୃତ୍ବରେ ସମସ୍ତେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଏକ ଦାବି ପତ୍ର ପ୍ରଦା କରିଥିଲେ ପୂର୍ବତନ ବିଧାୟକ ଓ ବିଧାୟିକା ମାନେ । ପୂର୍ବ ସରକାର ତଥା ବିଜେଡ଼ି ସରକାରଙ୍କ ସମୟରେ ଯଦି ବର୍ଷା, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟେ ସେହି ସମୟ ପୂର୍ବରୁ ହିଁ ଚାଷୀ ମାନଙ୍କୁ ସଚେତନ କରାଯାଉଥିଲା । ଯାହାଫଳରେ ଚାଷୀ ମାନେ ନିଜର ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଦ୍ବାରା କୈାଣସି କ୍ଷୟକ୍ଷତି ହେଉନଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଚାଷୀ ମାନଙ୍କୁ ନେଇ ଚିନ୍ତିତ ନାହାନ୍ତି । ତିନି ଦିନ ଧରି ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ସରକାର ଏନେଇ ତତ୍ପରତା ଦେଖାଇ ନଥିଲେ । ଅଦିନିଆ ବର୍ଷା ପୂର୍ବରୁ ନା ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା ନା କୈାଣସି କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଥିଲେ ସରକାର । ଯାହାଫଳରେ ତିନି ଦିନର ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । କେବଳ ଧାନ ନୁହେଁ ବରଂ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ସରକାର ଏଫଏକ୍ୟୁ ମାନର ଧାନ ଚାଷୀଙ୍କ ଠାରୁ ନେବା ନିମନ୍ତେ ଘୋଷଣା କରିଥିବା ବେଳେ ବର୍ଷାରେ ଭିଜିବା ଦ୍ବାରା ଧାନର ମାନ କମିବ । ତେଣୁ ଏହି ଏଫଏକ୍ୟୁ ମାନକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଚାଷୀ ମାନଙ୍କର ଧାନକୁ କୈାଣସି ଅସୁବିଧା ନ ସୃଷ୍ଟି କରି ସରକାର ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଏହାଛଡ଼ା ଚାଷୀର ବର୍ଷକର ପରିଶ୍ରମ ଅଦିନିଆ ବର୍ଷା ନଷ୍ଟ କରିଥିବା ଯୋଗୁଁ ଚାଷୀଙ୍କ ଋଣଛାଡ଼, ଜଳକର ଛାଡ଼ ସହ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ମଧ୍ୟ ପୂର୍ବତନ ବିଧାୟକ ଓ ବିଧାୟିକା ମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ,ବିଜେଡିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁଗୁ ବକ୍ସି ପାତ୍ର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ସୂର୍ଯ୍ୟ ମଣି ବୈଦ୍ୟ, ସୁଲକ୍ଷଣା ଦେବୀ, ସୁବାଷ ମହାରଣା, କୈଳାଶ ରଣା, ଆର. ମୁରଲୀ ବ୍ରହ୍ମପୁର ମହାନଗର ନିଗମ ର ମେୟର ସଂଘମିତ୍ରା ଦଳେଇ , ଡେପୁଟି ମେୟର ବିବେକ ରେଡ୍ଡୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଯୁବ ନେତା ବିମଳ କୁମାର ପଣ୍ଡା, ବିପ୍ଳବ ପାତ୍ର, ଶ୍ରୀରୁପ ଦେଓ, ଦେବାନନ୍ଦ ମହାପାତ୍ର, ରଞ୍ଜନ ପଲାଇ, ପ୍ରଶାନ୍ତ କୁମାର କର, ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ,ଯୁବ ବିଜେଡି ସଭାପତି ଟି ଚନ୍ଦ୍ର ଶେଖର ରାଓ, କାଉନ ସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠି, ଵି. ନିଶ୍ଚଳା ସ୍ୱାମୀ, କେ. ରମେଶ, ମାମା ସେଠି, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ରାଜେଶ ମହାରଣା, କାହ୍ନୁ ଚରଣ ବେହେରା, ଅଟଳ ବିହାରୀ ପଟ୍ଟନାୟକ ସମେତ ଙ୍କ ଆଗଧାଡି ର ବହୁ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।