ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌-୧୯ ଫଣ୍ଡକୁ ଛତ୍ରପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ୧୦ଲକ୍ଷ ଟଙ୍କା ସହାୟତା

ଛତ୍ରପୁର,(ଓ୍ବାଇଏନ୍ଏସ୍):କରୋନା ମୁକାବିଲା ଲାଗି ଛତ୍ରପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ଫଣ୍ଡକୁ ସହାୟତା ପ୍ରଦାନ କରାଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀଙ୍କ ନେତୃତ୍ୱରେ ବ୍ଲକ ଅଧୀନରେ ଥିବା ଏଲିମେଣ୍ଟାରୀ ଶିକ୍ଷକ ଓ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଏକ ଦିନର ଦରମା ପ୍ରାୟ ୬ ଲକ୍ଷ ୩୨ ହଜାର ଏବଂ ବ୍ଲକ ଅଧୀନରେ ଥିବା ହାଇସ୍କୁଲ ଶିକ୍ଷକଙ୍କ ପକ୍ଷରୁ ଦେଢଲକ୍ଷ ଟଙ୍କା ସହାୟତା ଅର୍ଥ ପ୍ରଦାନ କରିଥିଲେ । ସେହିପରି ଛତ୍ରପୁର ଏବଂ ବ୍ଲକ ଅଞ୍ଚଳର ଘରୋଇ ସ୍କୁଲ ଯଥା- ଛତ୍ରପୁର ସ୍ଥିତ ୟୁରୋ କିଡସ୍ ପ୍ରି ସ୍କୁଲ ୩୫ ହଜାର, ସେଣ୍ଟ ଜାଭିୟର ସ୍କୁଲ୍ ୩୧ ହଜାର, ମା’ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୧୫ ହଜାର, ପବ୍ଲିକ୍ ସ୍କୁଲ ୧୦ ହଜାର, ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୧୦ ହଜାର ଓ ଛତ୍ରପୁର ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ୬ ହଜାର ୫୦୦ ଶହ ଏବଂ ସ୍ଥାନୀୟ ବ୍ଲକ ଗୋବିନ୍ଦପୁରର ଜି ସ୍କୁଲ ୨୫ ହଜାର, ବଡମାଧପୁରର ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ଫଣ୍ଡକୁ ସହାୟତା କରିଛନ୍ତି । କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହାୟତା କରାଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ଏକ ଚେକ୍ ବିଇଓ ଶ୍ରୀ ଶତପଥୀ ଗୁରୁବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ବିଇଓଙ୍କ ନେତୃତ୍ୱରେ ଏପରି ମହତ୍ୱ କାର୍ଯ୍ୟକୁ ଛତ୍ରପୁର ଜନସାଧାରଣ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ଓ ଘରୋଇ ସ୍କୁଲ କର୍ମକର୍ତ୍ତା ମାନେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ