ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତକୁ ନେଇ ପ୍ରସ୍ତୁତି ଜୋର୍‌ଦାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି । ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ । ଏହାର ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗଜପତି ଜିଲ୍ଲାରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ଲୋକ ଏହି କାର୍ଡ ପାଇଁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ ପାଇ ଦିନରାତି କାମ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି । କୋଭିଡ୍ କଟଣା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କେବଳ ସୀମିତ ତଥା ୨ଶହରୁ ୩ଶହ ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଯେଉଁମାନେ ଯୋଗଦେବେ ସମସ୍ତେ କୋଭିଡ୍ ପରୀକ୍ଷଣରେ ନେଗେଟିଭ୍ ରିପୋର୍ଟ ଥିବା ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅକ୍ଟୋବର ୧ ତାରିଖରେ ଧାର୍ଯ୍ୟ ହୋଇଥିଲା । ତେବେ କୌଣିସି କାରଣରୁ ଏହାକୁ ବାତିଲ କରାଯାଇ ପୁଣି ଅକ୍ଟୋବର ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିର୍ଦ୍ଦାରିତ ହୋଇଛି । ଏହାର ସଫଳ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ବିଜେଡିରେ ମଧ୍ୟ ସରଗରମ ହୋଇ ବିବିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ