ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଛେନାପଦିରେ ପ୍ରସ୍ତୁତି ବୈଠକ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ଆସନ୍ତା ୩୧ ତାରିଖରେ ଆନନ୍ଦପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ବିଧାୟକ ଭାଗୀରଥୀ ସେଠୀଙ୍କ ଅଧ୍ୟକ୍ଷତାରେ ହାଟଡିହି ବ୍ଲକର ଛେନାପଦି ଛକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦୁଝର ଜିଲା ବିଜେଡ଼ି ସଭାପତି ବିମ୍ବାଧର ବିଶ୍ୱାଳ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ରହି ଆଗାମୀ ୩୧ ତାରିଖରେ କିଭଳି ଲୋକମାନଙ୍କର ସମାଗମ ହେବ ଶାନ୍ତି ଶୃଙ୍ଖଳାରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳକୁ ଯିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତି ପଂଚାୟତରୁ ଯେଭଳି ୧ ହଜାର ଲୋକ ଯିବେ ସେଥିପାଇଁ ଉପସ୍ଥିତ ସରପଂଚ, ସମିତିସଭ୍ୟ, ପଂଚାୟତ ସ୍ତରର ବିଜେଡ଼ି ସଭାପତି, ସକ୍ରିୟ କର୍ମୀ ଓ ବରିଷ୍ଠ କର୍ମୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ପଂଚାୟତ ସ୍ତରର ସଭାପତି ଇଂ ରବିନ୍ଦ୍ର କୁମାର ସାହୁ, ଆନନ୍ଦ ରାଉତ,ପବିତ୍ର ମୋହନ ପେଡ଼ା, ଶତୃଘ୍ନ ପାତ୍ର, ସୂର୍ଯ୍ୟମଣି ବେହେରା,ବିଶ୍ୱନାଥ ଖଟୁଆ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଉପେନ୍ଦ୍ର ସେନାପତି, ପ୍ରଭାକର ଖଣ୍ଡା, ରଞ୍ଜନ କୁମାର ପହି, ନାରାୟଣ ଚନ୍ଦ୍ର ବେହେରା, ବ୍ରଜକିଶୋର ଜେନା, ରମାକାନ୍ତ ନାୟକ, ଅଭିମନ୍ୟୁ ନାଇକ, କାମପାଳ ନାୟକ, ଅଭିମନ୍ୟୁ ସେଠୀ, ଚଣ୍ଡି ପ୍ରସାଦ ରାଉତ, ଦାମୋଦର ଘଡ଼େଇ, ଦୁଃଶାସନ ସାହୁ, ଫକୀର ଚରଣ ରାଉତ, ପ୍ୟାରିମୋହନ ମଲ୍ଲିକ, ନକୁଳ ଜେନା, ଶ୍ରୀକାନ୍ତ ସେନାପତି,ରବିନ୍ଦ୍ର କୁମାର ଜେନା, ପ୍ରଫୁଲ୍ଲ ପେଡ଼ା,ଦୁଃସାଶନ ବେହେରା, ନାରାୟଣ ଚନ୍ଦ୍ର ବିଶ୍ୱାଳ, ଲକ୍ଷ୍ମୀଧର ଜେନା, ସୋମନାଥ ଦାସ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବୈଦ୍ୟନାଥ ସାମଲ, ବିଜୟ ରାଉତ, ଫେତୁ ପଣ୍ଡା, ବିଶ୍ୱନାଥ ବେହେରା, ନରୋତମ ଶତପଥୀ, ଶରତ ସେଠୀ, ଗୌରା ସାମଲ, ବିରେନ୍ଦ୍ର ବିଶ୍ୱାଳ, ବାବୁଲି ପଟ୍ଟନାୟକ, ସୁଧାକର ଓଝା, ଚିନ୍ମୟ ନାୟକ, ସୁରେନ୍ଦ୍ର ଜେନା, ତ୍ରିଲୋଚନ ସା, ପ୍ରତାପ ଦେଓ, ଅମରେନ୍ଦ୍ର ଧଳ, ସରପଂଚ ଆନନ୍ଦ ମହାନ୍ତି, କୌଶଲ୍ୟା ସେଠୀ, ବୁଦ୍ଧ ଜେନା, ବିଶ୍ୱନାଥ ନାୟକ, ଗୋପାଳ ପଟ୍ଟନାୟକ, ସରପଂଚ ନକୁଳ ଦାସ, ରାଜେନ୍ଦ୍ର ପାତ୍ର, ବଳରାମ ସାହୁ, ସାନ୍ତନୁ ସେଠୀ, କଳ୍ପତରୁ ସେଠୀ, ରବୀନ୍ଦ୍ର ନାୟକ, ମୁନା ମହାନ୍ତି, ଯୋଗେନ୍ଦ୍ର ବେହେରା ସମେତ ୫ଶହରୁ ଉର୍ଦ୍ଧ୍ୱ ଆନନ୍ଦପୁର ଓ ହାଟଡିହି ବ୍ଲକର କର୍ମୀ ମାନେ ସାମିଲ ହୋଇଥିଲେ ।