ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ୫ ଟି ସଚିବ,ଶିକ୍ଷାର୍ଥୀଙ୍କ ସହ ଖାଇଲେ ମଧ୍ୟାନ୍ନ ଭୋଜନ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ବ୍ଳକରେ ଶୁକ୍ରବାର ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଥମଗ୍ରସ୍ତ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ୫ଟି ସଚିବ ପାଣ୍ଡିୟାନ ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତରାତାରୀଣି ପୀଠରେ ପଂହଚି ମା’ଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ । ପରେ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ହିଂଜିଳିକାଟୁ ବ୍ଳକ ନନ୍ଦିକ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୋବାଡ଼ି ପ୍ରାଥମିକ ବିଦ୍ୟାଳୟ, ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଭାବନ୍ଦ ଜେସିସ ଉଚ୍ଚ ବିଦ୍ୟାଳୟ, ବେଲଗାଁ ରଘୁନାଥ ବିଦ୍ୟାପିଠ, ଗଣ୍ଡଳା ଗଣେଷ ବିଦ୍ୟାପିଠ, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ , ଦୟାପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ସାପୁଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାରୁ ଉଚ୍ଚ ବିଦ୍ୟାଳୟ, ପୋଚିଲିମା ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ ପରେ ମକରଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ଶିକ୍ଷାର୍ଥୀ ମାନଙ୍କ ସହ ମିଶି ମଧ୍ୟାନ୍ନ ଭୋଜନ ଖାଇଥିଲେ ।
ସେଠାରୁ ବୁରୁପୋଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ଖଣ୍ଡରା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ହିଂଜିଳିକାଟୁ ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ସଂଖ୍ୟା, ବିଗତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପାସ୍ ହାର ସମ୍ପର୍କରେ ପଚାରି ବୁଝିଥିଲେ । ବିଗତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦% ଶିକ୍ଷାର୍ଥୀ ପାସ କରିଥିବା ଜାଣି କାରଣ ପଚାରି ବୁଝିଥିଲେ । ଗ୍ରାମାଂଚଳର ବିଦ୍ୟାଳୟ ଗୁଡ଼ିକରେ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ ହାର ବୃଦ୍ଧି ପାଉଥିବା ବେଳେ ସହରାଂଚଳରେ ପାସ ହାର ହ୍ରାସ ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ସେଠାରୁ ହିଂଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ, ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତ ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାପିଠ ଓ ସେଠାରୁ ଆଲପୁର ଉଚ୍ଚ ବିଦ୍ୟାଳୟରେ ପହଂଚିଥିଲେ । ମୁଖ୍ୟତଃ ୫ଟି ସଚିବଙ୍କ ଗ୍ରସ୍ତ ସମୟରେ ବିଭିନ୍ନ ବିଦ୍ୟାଳୟ ଅଭାବ ଅସୁବିଧା ନେଇ ବିଦ୍ୟାଳୟ କର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ଆଲୋଚନା ସମୟରେ ସଭାଗୃହ, ବିଦ୍ୟାଳୟ ପାଚେରୀ, ଆସବାବପତ୍ର, ନୂତନ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅବଶିଷ୍ଟ କାର୍ଯ୍ୟ ଗୁଡ଼ିକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଉତୀର୍ଣ୍ଣ ହାର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଉଦବେଗ ପ୍ରକାଶ କରିବା ସହ ୫ଟି ସଚିବ ମୁଖ୍ୟତଃ ମୁୁଖ୍ୟମନ୍ତ୍ରୀଙ୍କ ଗଡ଼ରୁ ସ୍ଥିତ ସୁଧାରିବା ସହ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ପଦକ୍ଷେପ ଗ୍ରହଣ କରିବା ମୂଳ ଲକ୍ଷ୍ୟ ରହିଥିବା ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଏହି ଗ୍ରସ୍ତ ସମୟରେ ବିଭିନ୍ନ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ , ବିଦ୍ୟାଳୟ ପାଚେରୀ, ଶିକ୍ଷାର୍ଥୀଙ୍କ ବସିବା ସକାଶେ ଚେୟାର ଟେବୁଲ ଓ ବିଦ୍ୟାଳୟର ବହୁବିଧି ଉନ୍ନତି ଲାଗି ଅର୍ଥବରାଦ କରିଥିବା ଜଣାପଡ଼ିଛି । ୫ଟି ସଚିବ ପାଣ୍ଡିୟାନଙ୍କ ଗ୍ରସ୍ତ ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶେଖର ସ୍ୱାଇଁ, ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବିଜେଡ଼ି ନେତା ଡ଼ି, ବିଶ୍ୱନାଥ, ବ୍ଳକ ଅଧ୍ୟକ୍ଷ ଏନ, ରଘୁନାଥ, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ବିଜଡ଼ି ସଭାପତି ଭୀମସେନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ବିନିତା ସେନାପତି, ହିଂଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଜଳସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପାଳ, ବିଦ୍ୟୁତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସନତ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ ସୁରେଶ ଚୌଧୁରୀ, ଏସଡ଼ିଓ ସତ୍ୟ ନାରାୟଣ ଦାଶ, ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ଏସଡ଼ିଓ ଦିଲ୍ଲିପ କୁମାର ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଦିପ କୁମାର ଜେନା, ସହକାରୀ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ୫ଟି ସଚିବ ପାଣ୍ଡିୟାନଙ୍କ ଗ୍ରସ୍ତ କାର୍ଯ୍ୟକ୍ରୟମକୁ ନେଇ ସ୍ଥାନୀୟ ଅଂଚଳର ବହୁ ବିଭାଗୀୟ ଅଧିକାରୀଙ୍କମନରେ ଛନକା ପଶିଥିବାର ଦେଖିବାକୁ ମିଳିଥିଲା । ଏପରିକି କିଛି ସରକାରୀ କାର୍ଯ୍ୟାଳୟ ଆଜି ଦିନକ ପାଇଁ ଚକାଚକ୍ରହିଥିବାର ଦେଖିବାକୁ ମିଳିଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟର ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ଼ ପରିସ୍କାର ପରିଛନ୍ନ ରହିଥିବା ବେଳେ ପ୍ରାୟତଃ ସମସ୍ତ ଚିକିତ୍ସକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଉପଖଣ୍ଡ ଚିକିତ୍ସାଳୟରେ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଜନସାଧାରଣ ତାଜୁବ ହୋଇ ପଡ଼ିଥିଲେ । ଏପରିକି ୫ଟି ସଚିବ ମାସକୁ ଅନ୍ତତଃ ଥରେ ଗ୍ରସ୍ତ କଲେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ବେଶ ସୁଧୁରି ଯାଇଥାନ୍ତା ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା ।


