ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ କରୋନା ସଚେତନତା କାର୍ଯ୍ୟକ୍ରମ
କୋଦଳା,(ଗୁଲସନ କୁମାର କର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ଦିବସରେ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବିଜେଡି ତରଫରୁ ରୋଗୀଙ୍କୁ ମାସ୍କ ଓ ଫଳ ବଣ୍ଟନ ସହ କରୋନା ସେଚେତନତା ବୈଠକ ସୁମଣ୍ଡଳ ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦୁଇ ମିନଟ ନୀରବ ପ୍ରାଥନା କରିବା ପରେ କରୋନା ମୁକାବିଲା ପାଇଁ ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର, ସାମାଜିିକ ଦୂରତା ଅବଲମ୍ବନ ପ୍ରତି ସଚେତନତା ରହିବା ଏବଂ ଜନସାଧାରଣଙ୍କୁ କିପରି ସଚେତନତା କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ମାସ୍କ ଓ ଫଳ ବଣ୍ଟନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ମନୋଜ କୁମାର ପାଣ୍ଡି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ଉପସଭାପତି ବିଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ, ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ମାନେ ଯୋଗ ଦେଇଥିଲେ ।


