ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କଟକ ଗସ୍ତ, ବଡ଼ ଘୋଷଣା

ଭୁବନେଶ୍ବର : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଟକ ଗସ୍ତ କରିଛନ୍ତି । କଟକସ୍ଥିତ ହାଡ଼ିଆପଠାଠାରେ ହେବାକୁ ଥିବା ଏସ୍‌ସିବିର ଦ୍ଵିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ପାଇଁ ଘୋଷଣା କରିଛନ୍ତି । ଏସ୍‌ସିବିର ନବକଳେବର କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ । କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ପ୍ରକଳ୍ପ ହେବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ କରଣ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ରହିଛି । ଗତକାଲି ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ କଟକ ଗ୍ରସ୍ତ କରି ହାଡିଆପଠାଠାରେ ପ୍ରସ୍ତାବିତ ଦ୍ବିତୀୟ କ୍ୟମ୍ପସ୍‌ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଥିଲେ । ଏସ୍‌ସିବି ମେଡ଼ିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ