ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧା

ଶେରଗଡ଼,(ବିଭୁ ପ୍ରସାଦ ଦାସ): ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ର ବଡ଼ଦାଣ୍ଡ ସାହିରେ ବସ ବାସ କରୁଥିବା ଜଣେ ବୃଦ୍ଧା ମହିଳା ଗତକିଛି ବର୍ଷ ହେଲା ଚିର ଅବହେଳିତ ହୋଇ ରହିଛନ୍ତି । ତାଙ୍କୁ କିଛି ଦିନ ପୂର୍ବେ ଇନ୍ଦିରା ଆବାସ ଆସିଥିଲା ଯାହାକି ପ୍ରଶାସନ ଅପାରଗତା ଯୋଗୁଁ ତାହା ମଧ୍ୟ ସଫଳ ହୋଇପାରିଲା ନାହିଁ ।ସରପଞ୍ଚ ଙ୍କୁ ଦୁଃଖ ଶୁଣାଇ ଥିଲେ ମଧ୍ୟ ସେ ଶୁଣି ନଥିଲେ ।ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଚାଳ ଛପର ଘରେ ନଗଣ୍ୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ବୟସ ଅଧିକ ହେବା ଯୋଗୁ ମୂଲ ଲାଗି କାମ କରିବାକୁ ଅକ୍ଷମ ସରକାରଙ୍କ ଟାଙ୍କିକିଆ ଚାଉଳ ହିଁ ସାହା । ଉକ୍ତ ବୃଦ୍ଧା ଜଣଙ୍କ ହେଲେ ହେମ ମହାନ୍ତି ୭୨ ବର୍ଷ।(ସ୍ୱାମୀ-୰ ନକୁଳ ମହାନ୍ତି) ବିଧବା ସାଙ୍ଗ କୁ କାନ କୁ ଠିକ ସେ ଶୁଣା ଯାଉନି ନିଃସହାୟ ଜୀବନ କାଟୁଛନ୍ତି । ଏହାକୁ ନେଇ ଦୁଃଖ ଅନାଟନରେ କାଳ କାଟୁଛନ୍ତି । ସେ ରହୁଥିବା ଘର ଚାଳ ଘର ହୋଇଥିବା ବେଳେ ଘର ଉପର ଅଂଶ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ସୂର୍ଯ୍ୟ ଓ ଚନ୍ଦ୍ର ଦିନ ଓ ରାତି ରେ ତାଙ୍କ ଘରେ କେଳି କରୁଛନ୍ତି । ଖାଇବାକୁ ଆ ଘରୁ ତା ଘରୁ ମାଗି ଯାଚି ଚଳୁଛନ୍ତି । ସେ ବର୍ଷା ହେଲେ ପର ଘର ବାରଣ୍ଡାରେ ରହୁଛନ୍ତି । ହେମ କହନ୍ତି ମୋର ସାହା ବୋଲି କେହି ନାହାନ୍ତି । ଆବାସ ଯୋଜନା ମୋ ପାଇଁ ସାତ ସ୍ଵପ୍ନ ଅଟେ। ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି ହେଉଛି । ୨୦ ବର୍ଷ ଧରି ଭରସା ଓ ବିଶ୍ବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଖି ବୁଜି ସମର୍ଥନ ଦେଇ ଆସିଛନ୍ତି ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା କିନ୍ତୁ ଆଜି ପର୍ଯ୍ୟନ୍ତ ମୌଳିକ ଅଧିକାର ଓ ଉନ୍ନତ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଏହା ହିଁ ବିଡମ୍ବନାର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ