ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଭେଟିଲେ ପାରଳା ପୌରଧ୍ୟକ୍ଷ ନିର୍ମଳା ଓ ଉପଧ୍ୟକ୍ଷ ଲେଙ୍କା ମଧୂ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନଙ୍କୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ଓ ଉପାଧ୍ୟକ୍ଷ ଲେଙ୍କା ମଧୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି । ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଭୁବନେଶ୍ୱର ଠାରେ ତାଙ୍କ ସରକାରୀ କାର୍ଯ୍ୟାଳୟରେ ପାରଳା ପୌରପରିଷଦର ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ସାକ୍ଷାତ କରି ପାରଳା ସହରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହ ଉନ୍ନତି ଓ ବିକାଶ ପାଇଁ ସଚିବଙ୍କ ସହଯୋଗ ଲୋଡିଥିଲେ । ସଚିବ ଶ୍ରୀ ପାଣ୍ଡିଆନ ଏ ଦିଗରେ ସେମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ସରକାରୀ ଯୋଜନା ଯେପରି ଲୋକଙ୍କ ଠାରେ ପହଞ୍ଚିବ ଏ ନେଇ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।


