ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନୟନ କମିଟି ବୈଠକ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ) କିଛିଦିନ ବ୍ୟବଧାନ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ କୁମାର ମହାନ୍ତି ମଙ୍ଗଳବାର ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମଙ୍ଗଳବାର ସଚିବ ହିଞ୍ଜିଳିକାଟୁ ବ୍ଲକର ମକରଝୋଳ ପଚାଂୟତର ବିଭିନ୍ନ ଏସ.ଏଚ.ଜି ଗ୍ରୁପର ମହିଳାଙ୍କ ସହ ଆଲୋଚନା କରିବା ସହିତ ମକରଝୋଳ ସ୍କୁଲର ଏକ ଡ଼ାଇନିଂ ହଲକୁ ବୁଲି ଦେଖିଥିଲେ ପରେ ପଲୀପଦ୍ମନାଭପୁର ଗ୍ରାମରେ ପଂହଚି ନିର୍ମାଣଧିନ କଲ୍ୟାଣମଣ୍ଡପୁ ବୁଲି ଦେଖିବା ସହିତ ବିଭିନ୍ନ ସମସ୍ୟ ନେଇ ଗ୍ରାମବାସୀଙ୍କ ସହ କଥା ହୋଇଥିଲେ । ସେଠାରୁ ବଡ଼ଖଣ୍ଡି ପଚାଂୟତରେ ପହଚିଂ ଏନ.ଆର.ଜି.ଏସ ସମେତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ନିର୍ମାଣଧିନ ଏକ ପାର୍କକୁ ମଧ୍ୟ ବୁଲି ଦେଖିଥିଲେ । ପରେ ସାରୁ ପଚାଂୟତରେ ପହଚିଂ ଗ୍ରାମରେ ଥିବା ଏକ ଲାଇବ୍ରେରୀକୁ ମଧ୍ୟ ବୁଲି ଦେଖିବାପରେ ଶାସନ ଆମ୍ବଗାଁ ପଚାଂୟତର ରୁରାଲ ପାର୍କ ର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।ପରେ ହିଞ୍ଜିଳି ବ୍ଲକରେ ପହଚିଂ ବିଭିନ୍ନ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଭାଗର ପଦାଧିକାରଈଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେଠାରୁ ଶେରଗଡ଼ ଯାଇ ପୁଣି ସଂନ୍ଧ୍ୟାରେ ହିଞ୍ଜିଳି ସହରର ନୁଆଗଡ଼ ଠାରେ ଚାଲିଥିବା ଏମପିସିସି କୋଠାକୁ ମଧ୍ୟ ବୁଲିଦେଖିଥିଲେ ।ଏହି ସମୟରେ ମୁଖ୍ୟମନ୍ତରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ବ୍ଲକ ଅଧକ୍ଷ ଏନ.ରଘୁନାଥ, ଆତ୍ମା ଅଧ୍ୟକ୍ଷ ଏ.ସୁଦର୍ଶନ,ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ଅଜିତ କୁମାର ପାତ୍ର, ପୋଚିଲିମା ସରଂପଚ ଭାଣ୍ଡି .ରବିନ୍ଦ୍ର, ପ୍ରମୋଦ ମହାନ୍ତୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।