ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୬୦ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଳ୍‌ାପାଳ

ଯାଜପୁର, (ଓ୍ବାଇଏନ୍ଏସ୍) : କରୋନ ସହାୟତା ପାଇଁ ସବୁ ସ୍ତରରେ ସହଯୋଗ ଜାରି ରହିଚ୍ଥି । ଯାଜପୁର ଜିଲ୍ଳ୍‌ାରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିପଂ ପାଣ୍ଠିକୁ ପ୍ରଦାନ କରାଯାଇଥିବା ୬୦ ଲକ୍ଷ ଟଙ୍କାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ପ୍ରଦାନ କରିଚ୍ଥନ୍ତି । ବୁଧବାର ଦିନ ଜିଲ୍ଳ୍‌ାପାଳ ଶ୍ରୀ ଦାସ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଏହି ଅର୍ଥକୁ ଜିଲ୍ଳ୍‌ା ପକ୍ଷରୁ ହସ୍ତାନ୍ତର କରିବା ସହ କରୋନା ମୁକାବିଲାରେ ଏହା ଉପଯୋଗ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ସଚିବ ଶ୍ରା ତ୍ରିପାଠୀ ଯାଜପୁର ଜିଲ୍ଳ୍‌ାବାସୀଙ୍କର ଏହି ମହନୀୟ ଦାନ ପାଇଁ ଧନ୍ୟବାଦ ଜଣାଇବା ସହ କରୋନା ମୁକାବିଲାରେ ଜିଲ୍ଳ୍‌ାବାସୀଙ୍କର ଅବଦାନକୁ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଜିଲ୍ଳ୍‌ାର ବିଭିନ୍ନ ସ୍ଥାନରୁ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ , ସରକାରୀ, ବେସରକାରୀ ବିଭାଗର କର୍ମଚାରୀମାନେ ସ୍ୱତଃପୂତ ଭାବେ କରୋନା ଯୁଦ୍ଧ ପାଇଁ ଏହି ସହାୟତା ରାଶି ଜିଲ୍ଳ୍‌ାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ପ୍ରଦାନ କରିଥିଲେ । ସେହିପରି ଜିଲ୍ଳ୍‌ା ରେଡକ୍ରସ ପାଣ୍ଠିକୁ କରୋନା ମୁକାବିଲା ଉଦ୍ଦେଶ୍ୟରେ ମିଳିଥିବା ୭,୫୫,୨୭୨/- ଟଙ୍କାକୁ ମଧ୍ୟ ଜିଲ୍ଳ୍‌ାର ଆବଶ୍ୟକତା ଅନୁସାରେ ବ୍ୟୟ କରାଯିବ ବୋଲି ଜିଲ୍ଳ୍‌ାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ