ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କେନ୍ଦ୍ରମନ୍ତ୍ରୀଙ୍କ ଆର୍ଥିକ ସହାୟତା
ଭୁବନେଶ୍ୱର : ଓଡିଶାରେ ଫୋନି ବାତ୍ୟା ପ୍ରଭାବିତ ମାନଙ୍କୁ ରିଲିଫ ଓ ପୁନଃ ନିର୍ମାଣ କାର୍ଯ୍ୟରେ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।ପ୍ରଧାନ ଟୁଇଟ କରି ସମସ୍ତଙ୍କୁ ଏକାଠି ହେବାପାଇଁ ଅନୁରୋଧ କରିବା ସହ ଓଡିଶାର ପୁନଃନିର୍ମାଣ କାର୍ଯ୍ୟରେ ସହାୟକ ହେବାପାଇଁ ଆହ୍ୱାନ କରିଛନ୍ତି ।