ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
ନାଉଗାଁ : କୋରନା ଭୁତାଣୁକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ନାଉଗାଁ ବ୍ଲକ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ । ସଂଘର ସଂପାଦକ ବିକାଶ ରଂଜନ ପରିଡା, ସହ ସଂପାଦକ ଶ୍ରୀକାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ଦେବଦତ ତ୍ରିପାଠୀ ଓ ସଂଘର କନିଷ୍ଠ ସଦସ୍ୟ ବିଘ୍ନ ବିନାୟକ ଦାସ ପ୍ରମୁଖ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେହିପରି ନାଉଗାଁହାଟସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ପପିନ୍ଦ୍ର ଲେଙ୍କା ବିଡିଓଙ୍କ ମାଧ୍ୟମରେ ନିଜର ଏକ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଭଳିସ୍ଥିତିରେ ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇବାକୁ ଆଗେଇ ଆସନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।