ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ ମାସର ଦରମା ପ୍ରଦାନ କଲେ ସରଂପଚ ଓ ସମିତିସଭ୍ୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଦିନକୁ ଦିନ ଯ୍ଣେଚ୍ଛ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ସରକାର ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବର୍ତମାନ ଅର୍ଥର ମଧ୍ୟ ସେତିକି ଆବଶ୍ୟକତା ପଡ଼ୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁ ବ୍ଳକର ସମସ୍ତ ସରଂପଚ, ସମିତିସଭ୍ୟ, ସଭ୍ୟା କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ନିଜର ୨ ମାସର ଦରମା ବାବଦରେ ମୋଟ ୨ଲକ୍ଷ ୧ଶହ ଟଙ୍କା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଏକ ଡ଼୍ରାଫ୍ଟ ମାଧ୍ୟମରେ ଗୁରୁବାର ପ୍ରଦାନ କରିଛନ୍ତି । ଡ଼୍ରାଫ୍ଟ ପ୍ରଦାନ ସମୟରେ ତହସିଳଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର ଉପସ୍ଥିତ ଥିଲେ ।
ଫଟୋ- ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଗଂଜାମ ଜିଲ୍ଲାପାଳଙ୍କୁ ୨ଲକ୍ଷ ୧ଶହ ଟଙ୍କାର ଏକ ଡ଼୍ରାଫ୍ଟ ପ୍ରଦାନ କରୁଛନ୍ତି