ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଭୟାନକ ଭୁତାଣୁର ପ୍ରକୋପରୁ ମୁକୁଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ସରକାର ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବର୍ତମାନ ଅର୍ଥର ମଧ୍ୟ ସେତିକି ଆବଶ୍ୟକତା ପଡ଼ୁଛି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ବ୍ଳକ ସ୍ୱାବଲମ୍ବୀ କାରିଗର ଏବଂ ପମ୍ପ ଡ଼୍ରାଇଭର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଂଘ ପକ୍ଷରୁ ୧୧ ହଜାର ଟଙ୍କାର ଆର୍ଥୀକ ସହାୟତା ରାଶି ଡ଼୍ରାଫ୍ଟ ଆକାରରେ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସଂଘ ସଭାପତି ଗଙ୍ଗାଧର ପରିଡ଼ା, ସମ୍ପାଦକ ସନ୍ତୋଷ ଗୌଡ଼, କୋଷାଧ୍ୟକ୍ଷ ସୁଧିର ପାଢି, ଉପଦେଷ୍ଟା ଦୁର୍ଗା ପାଢି ପ୍ରମୁଖ ଉପସ୍ତିତ ଥିଲେ ।


