ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥରାଶି ପ୍ରଦାନ

ବାଲେଶ୍ୱର (ସରୋଜ ପଣ୍ଡା) : କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବାଲେଶ୍ୱର ରେମୁଣା ସ୍ଥିତ ସିଦ୍ଧେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ହେମଲତା ବେହେରା ଓ ସମ୍ପାଦିକା ସୁକାନ୍ତି ଦାସ ୧୦ହଜାର ଟଙ୍କାର ଚେକ୍ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବଙ୍କୁ ପ୍ରଦାନ କରିଛନ୍ତି । ଏତଦ ବ୍ୟତୀତ ଖଇରା ବ୍ଲକ ଅନ୍ତର୍ଗତ ରଟିନା ସ୍ଥିତ ମହିଳା ସାମ୍ମୁଖ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ୨୫ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ଏସଏଚଜିର ସଭାପତି ପ୍ରଭାସିନୀ ମହାପାତ୍ର, ସମ୍ପାଦିକା ଫୁଲରାଣୀ ସାହୁ ଖଇରା ବିଡିଓଙ୍କ ଜରିଆରେ ଏହି ଅର୍ଥରାଶି ଦେଇଛନ୍ତି । ସେହିପରି ସୋର ବଳଙ୍ଗ ଅଂଚଳର ସାଇବାବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଚଙ୍କାର ସହାୟତା ରାଶି ଦିଆଯାଇଛି । ଏସଏଚଜିର ସଭାପତି କବିତା ବିଶ୍ୱାଳ ଓ ସମ୍ପାଦିକା ସୁଷମା ବିଶ୍ୱାଳ ସୋର ତହସିଲଦାରଙ୍କୁ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ର, ମିଶନ ଶକ୍ତି ଡିପିସି ବିଶ୍ୱଜିତ ପରିଡା, ସିଡିପିଓ ନର୍ମଦା ଦେଓ, ସାଗରିକା ଦତ, ବିପିସି ପ୍ରସନ୍ନ ପୁହାଣ, ସତ୍ୟବ୍ରତ ଦେ ପ୍ରମୁଖ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ