ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି
କୋଦଳା,(ଗୁଲସନ୍ କୁମାର କର): କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅପିଲ୍ କରାଯାଉଥିବା ବେଳେ ଶୁକ୍ରବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ସମିତି ସଭ୍ୟା ବିଷ୍ନୁ ପ୍ରିୟା ଗୌଡ଼ ୨୨୨୨ ଟଙ୍କା ଏବଂ ମର୍ଦ୍ଦମେଖ ର ପୂର୍ବତନ ଆସିକା ଲୋକସଭା ସାଂସଦ ପ୍ରତିନିଧି ତଥା ସମାଜସେବୀ ଲକ୍ଷ୍ମଣ କୁମାର ଗୌଡ଼ ୫୫୫୫ ଟଙ୍କା ମୋଟ ୭୭୭୭ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଅଧକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ରବିନ୍ଦ୍ର କୁମାର ଗୌଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଏନେଇ ଏକ ଚେକ୍ ପ୍ରଦାନ କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହାକୁ ଜନସାଧାରଣ ମାନିବାକୁ ଅପିଲ୍ କରିଛନ୍ତି ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି।