ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହାକାଳପଡା ବିକାଶ ମଂଚର ଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବିଶ୍ୱ ମହାମାରୀ କରୋନା ଭାଇରସ ପ୍ରଭାବରେ ସମଗ୍ର ଦେଶର ଅର୍ଥନୀତି ଭୁଷୁଡି ପଡିଛି । ଆମ ଦେଶ ତଥା ଆମ ରାଜ୍ୟ ଏହି ମହାମାରୀ ବିରୋଧରେ ଦୃଢ ଭାବେ ଲଢେଇ ଜାରି ରଖିଛି । ଏହି ଅବସରରେ ମହାକାଳପଡା ବିକାଶ ମଂଚ ପକ୍ଷରୁ ପ୍ରତିଷ୍ଠାତା କାଶୀନାଥ ରାଉତରାୟଙ୍କ ନେତୃତ୍ୱରେ ମଂଚର ବରିଷ୍ଠ ସଦସ୍ୟ ଶାରଦା ପ୍ରସାଦ ଚୈାଧୁରୀ, ବିଶ୍ୱନାଥ ରାଉତରାୟ, ବିଚିତ୍ରାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକ, ସୁଶାନ୍ତ ଖଟାଇ, ଭାଗୀରଥି ନନ୍ଦ, ଅକ୍ଷୟ କୁମାର ନାଥ, ଧନେଶ୍ୱର ସେଠୀ, ଈଶ୍ୱର ଚନ୍ଦ୍ର ବେହେରା, ପବିତ୍ର ପରିଡା, ବିବେକାନନ୍ଦ ଜେନା, ନାରାୟଣ ପ୍ରସାଦ ବିଶ୍ୱାଳ, ରାମଚନ୍ଦ୍ର ଦାସ, ଜନ୍ମେଜୟ ମଲ୍ଲିକ, ଅଜୟ ଚୈାଧୁରୀ, ଶୁଭେନ୍ଦୁ ରାଉତରାୟ, କର୍ମସାରଥି ରାଉତରାୟ ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ କୋଭିଡ -୧୯ ରିଲିଫ ପାଣ୍ଠିକୁ ୧୨ହଜାର ୩ଶହ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥର ଚେକ ମଂଚର ପ୍ରତିଷ୍ଠାତା ଶ୍ରୀ ରାଉତରାୟ ମହାକାଳପଡା ବିଡିଓ ଦେବାଶିଷ ରାଉତଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରିଛନ୍ତି । ଏଥିସହିତ ମଂଚ ପକ୍ଷରୁ ମହାକାଳପଡା ପଂଚାୟତର ଶହେଟି ଗରିବ ପରିବାରକୁ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ମଧ୍ୟ ବଂଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ